Advertisment

ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ନାହିଁ ଇଣ୍ଡିଆ ମେଣ୍ଟ!

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି।

NCP

NCP

Advertisment

ଆସନ୍ତା ବର୍ଷ ବିଜେପି ସହ ଲଢ଼େଇ କରିବାକୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ମେଣ୍ଟ ଗଠନ ହୋଇଥିଲେ ହେଁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ଏଯାଏ ଘୋଷଣା ହୋଇନି। ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା।

Advertisment

ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଆସିଥିଲା। ଏହାକୁ କିଛି ସଦସ୍ୟ ସମର୍ଥନ କରିଥିବା ବେଳେ ନୀତୀଶ କୁମାର ଓ ଲାଲୁ ଯାଦବଙ୍କ ଭଳି ବରିଷ୍ଠ ନେତା ପରୋକ୍ଷରେ ବିରୋଧ କରିଥିଲେ। ଏପରି କି ନୀତୀଶ କୁମାର ଏପରି ପ୍ରସ୍ତାବ ପରେ ଅଭିମାନ କରିଥିଲେ।

ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି।

Advertisment

ପୁଣେରେ ଶରଦ ପାୱାର ଏକଥା କହିବା ବେଳେ ପୂର୍ବରୁ ଘଟିଥିବା ଘଟଣାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ। ଏମିତି ଘଟଣା ୧୯୭୭ରେ ମଧ୍ୟ ଘଟିଥିଲା। ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସ୍‌ରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା।

ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଦଳ ଗଠନ ହୋଇଥିଲା। ଏହାପରେ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ୨୦୨୪ରେ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ କି ନାହିଁ, ତା’ର ନିଷ୍ପତ୍ତି ଲୋକେ ନେବେ। ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ ନିଜର ପକ୍ଷ ରଖିପାରିବେ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ।”

Sharad Pawar Opposition NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe