Advertisment

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଯାଞ୍ଚ ହେବ: ହିମନ୍ତ ବିଶ୍ୱଶର୍ମା

'ନବୀନବାବୁ ଆମର ସମସ୍ୟା ନୁହଁନ୍ତି । ପାଣ୍ଡିଆନ କାହିଁକି ସରକାର ଚଳାଉଛନ୍ତି ତାହା ଆମର ସମସ୍ୟା । ଓଡ଼ିଆ ଲୋକ ଅଛନ୍ତି । ଓଡ଼ିଆ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଅଛନ୍ତି । ସେମାନଙ୍କୁ ସରକାର ଚଳାଇବାକୁ ଦିଆଯାଉ।'

author-image
Manoj Swain
ଅଦ୍ୟତନ ହୋଇଛି

ବିଜେଡି ପକ୍ଷରୁ ଜୋକର କୁହାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ କହିଛନ୍ତି, ମୁଁ ଜୋକର ହେବାରେ କୌଣସି ଅସୁବିଧା ନାହିଁ । ମୋତେ ଯାହା କହିବା କଥା କୁହନ୍ତୁ । କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଆମକୁ ଦେଇଦିଅନ୍ତୁ । ମୋ ପାଇଁ ରାଷ୍ଟ୍ର ବଡ଼, ମହାପ୍ରଭୁ ବଡ଼ । ମୋତେ ଯାହା ଡାକୁଚ ଡାକ । ପାଣ୍ଡିଆନ ନିଜକୁ ସୈନିକ କହୁଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ସୈନିକ ପାଖକୁ ଆସନ୍ତି ନାହିଁ । ଭିଡିଓ ଦେଖିବା ପରେ ନବୀନବାବୁ ନିଜେ ହସ୍ତାକ୍ଷର କରନ୍ତି କି ନାହିଁ ତାହା ଆରଟିଆଇରେ ମାଗିଲେ ଜଣାପଡ଼ିବ । ପାଣ୍ଡିଆନ ଡିଜିଟାଲ ସିଗ୍ନେଚର କରିଛନ୍ତି । ଆମ ସରକାର ଆସିଲେ ଏସବୁର ଯାଂଚ ହେବ । ନବୀନବାବୁଙ୍କ ଜ୍ଞାତସାରରେ ଦସ୍ତଖତ ହୋଇଛି ନା ପାଣ୍ଡିଆନ ଏହାର ଅପବ୍ୟବହାର କରିଛି ତାହା ମଧ୍ୟ ଯାଂଚ ହେବ।

Advertisment
Odisha Assam CM Himanta Biswa Sarma