Advertisment

ଅମିତ ଶାହଙ୍କ ଦମ୍ଭୋକ୍ତି: ସିଏଏ ଲାଗୁ ହେବ, କେହି ବି ଅଟକାଇ ପାରିବେ ନାହିଁ

ରାଲିରେ ପ୍ରବଳ ଲୋକଙ୍କ ଉପସ୍ଥିତ ଦେଖି ମଧ୍ୟ ଅମିତ ଶାହ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଏପରି ଭିଡ଼ ଲୋକଙ୍କ ମୁଡକୁ ଦର୍ଶାଉଛି ଓ ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଜନମତ ସହ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।

Amit Shah

Amit Shah

Advertisment

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ସିଏଏ ଦୀର୍ଘ ଦିନରୁ ସଂସଦରେ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଲାଗୁ କରି ପାରି ନାହାନ୍ତି। ତେବେ ଆଜି ଅମିତ ଶାହ କହିଛନ୍ତି ଯେ କେନ୍ଦ୍ର ସରକାର ସିଏଏ ଲାଗୁ କରିବେ ଓ ଏହାକୁ କେହି ବି ଅଟକାଇ ପାରିବେ ନାହିଁ।

Advertisment

କୋଲକାତାରେ ବିଜେପିର ନିର୍ବାଚନ ରାଲିକୁ ସମ୍ବୋଧନ କରି ଅମିତ ଶାହ ତୁଷ୍ଟୀକରଣ, ଅନୁପ୍ରବେଶ, ଦୁର୍ନୀତି ଓ ରାଜନୀତିକ ହିଂସା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଆସନ୍ତା ନିର୍ବାଚନରେ ମମତା ସରକାରଙ୍କୁ ବିଦା କରି ବିଜେପିକୁ ଶାସନ କରିବାକୁ ଅନୁମତି ଦିଅନ୍ତୁ ବୋଲି ଶାହ ଲୋକଙ୍କୁ ଅନୁରୋଧ କରିଛନ୍ତି।

ରାଲିରେ ପ୍ରବଳ ଲୋକଙ୍କ ଉପସ୍ଥିତ ଦେଖି ମଧ୍ୟ ଅମିତ ଶାହ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଏପରି ଭିଡ଼ ଲୋକଙ୍କ ମୁଡକୁ ଦର୍ଶାଉଛି ଓ ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଜନମତ ସହ ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ଯେ ୨୦୨୪ ଲୋକସଭା ନିର୍ବାଚନ ବିଧାନସଭା ନିର୍ବାଚନ ଜିତିବାର ମୂଳଦୁଆ ପକାଇବ।

Advertisment

ସିଏଏ ପ୍ରସଙ୍ଗରେ ସେ କହିଛନ୍ତି, “ମମତା ବାନାର୍ଜୀ ସିଏଏ ଲାଗୁ କରିବାକୁ ବିରୋଧ କରୁଛନ୍ତି। କିନ୍ତୁ ସିଏଏ ଲାଗୁ ହେବ। କେହି ବି ଏହାକୁ ଅଟକାଇ ପାରିବେ ନାହିଁ।”

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଆସନରୁ ରେକର୍ଡ ୧୮ଟିରେ ଜିତିଥିଲା। ଏଥର ଦଳ ଏହା ଠାରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ରହିଛି। ତେଣୁ ଏବେ ଠାରୁ ଅମିତ ଶାହ କୋଲକାତାରେ ଦଳ ପାଇଁ ପ୍ରଚାରର ଆରମ୍ଭ କରି ଦେଇଛନ୍ତି।

West Bengal Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe