Advertisment

‘ବାହାର ଲୋକ ନୁହେଁ, ଓଡ଼ିଶାର ଜଣେ ହେବେ ମୁଖ୍ୟମନ୍ତ୍ରୀ’

ମୋଦି କହିଛନ୍ତି, ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ, ସେ ହେବେ ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଗଞ୍ଜାମ ପରେ ନବରଙ୍ଗପୁରରେ ବି ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାୱାରଫୁଲ୍‌ ଶୋ’ । ଏଠାରେ ବି ଜନସଭାକୁ ସମ୍ବୋଧନ କରି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥର ଓଡ଼ିଶାରେ ବିଜେଡି ଯିବ ଓ ବିଜେପି ଆସିବ ବୋଲି ମୋଦି କହିଥିବା ବେଳେ ପ୍ରଥମ ଥର ରାଜ୍ୟରେ ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼ତାର ସହ କହିଛନ୍ତି ।

Advertisment

ମୋଦି କହିଛନ୍ତି, ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି। ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବେ, ସେ ହେବେ ମୁଖ୍ୟମନ୍ତ୍ରୀ। ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବେ, ବୁଝିଥିବେ, ସେ ହିଁ ଏହି ପଦରେ ବସିବେ।

ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ହେବ। ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ। ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ୱ ମିଳିବ। ଜୁନ୍‌ ୪ରେ ବିଜେଡି ସରକାର ଏକ୍ସପାରୀ ହେବ ଓ ୧୦ ତାରିଖରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଫଳରେ ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ। ଓଡ଼ିଶାର ସମସ୍ତ ୨୧ ଲୋକସଭା ସିଟ୍‌ରେ ବି ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି ମୋଦି।

Advertisment

ରାଜ୍ୟ ସରକାରଙ୍କ ଉପରେ ବର୍ଷି ମୋଦି କହିଛନ୍ତି, କେନ୍ଦ୍ରର ଯୋଜନାକୁ ବିଜେଡି ସରକାର ଲାଗୁ କରୁନି। ଯାହା ଲାଗୁ କରୁଛନ୍ତି, ସେଥିରେ ନିଜ ଷ୍ଟାମ୍ପ ପିଟି ଦେଉଛନ୍ତି । ବହୁତ ହୋଇଗଲା, ଆପଣମାନେ ଚାହିଁଲେ ଆଉ ବିଜେଡିର ଗଡ଼ବଡ଼ି ଚାଲିପାରିବନି । ଓଡ଼ିଶାରେ ବିଜେପି ସରକାର ହେବ, ସାଧାରଣ ଲୋକଙ୍କୁ ସବୁ ସୁବିଧା ମିଳିବ ।

ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ କିଛି ବି ଅସୁବିଧା ଦୂର କରିନି। ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀ। ଏପରିକି ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ଛତିଶଗଡ଼ରେ ବିଜେପି ସରକାର ଧାନ କୁଇଣ୍ଟାଲ ପିଛା ଚାଷୀକୁ ୩୧ଶହ ଟଙ୍କା ଦେଉଛନ୍ତି। ମାତ୍ର ଓଡ଼ିଶାରେ କୁଇଣ୍ଟାଲ ପିଛା ୨୧ଶହ ଟଙ୍କାରେ ଧାନ କିଣାଯାଉଛି। ବିଜେପି ସରକାର ଆସିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ । ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି। ମାତ୍ର ବିଜେପି ଆସିଲେ ଓଡ଼ିଶାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।

ମୁଁ କାହାକୁ ଦୁର୍ନୀତି କରିବାକୁ ଦେବିନି। ଯିଏ ଦୁର୍ନୀତି କରିବ, ଆପଣମାନଙ୍କ ଟଙ୍କା ଖାଇବ, ସେ ଜେଲ୍‌ ଯିବା ଥୟ ବୋଲି ଚେତାବନୀ ଦେଇଛନ୍ତି ମୋଦି।

ଏଥିସହ ସେ କହିଛନ୍ତି, ଓଡ଼ିଶାର ହଜାର ହଜାର ବର୍ଷର ସଂସ୍କୃତି, କଳା, ଐହିତ୍ୟକୁ ମୁଁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟିତ । ଗତ ବର୍ଷ ଆୟୋଜିତ ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱର ବଡ଼ ବଡ଼ ନେତା ନୂଆଦିଲ୍ଲୀ ଆସିଥିଲେ। ସେତେବେଳେ ସ୍ଥାପିତ କୋଣାର୍କ ଚକ୍ର ସମ୍ମୁଖରେ ସମସ୍ତେ ଫଟୋ ଉଠାଇଥିଲେ। ଯେପରି କାଶୀନାଥ କରିଡର ହୋଇଛି, ଅଯୋଧ୍ୟା ରାମ ମନ୍ଦିର ଭବ୍ୟରୂପ ଧାରଣ କରିଛି, ସେହିପରି ଜଗନ୍ନାଥ ମନ୍ଦିରକୁ ବି ଭବ୍ୟ କରିବି ବୋଲି କହିଛନ୍ତି ମୋଦି।

ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ମୋଦିଙ୍କ ଗୋଟିଏ ଝଲକ ପାଇଁ ଅସହ୍ୟ ତାତିରେ ବି ସଭାସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଲୋକଙ୍କ ତୁଳନାରେ ସଭା ସ୍ଥଳ ଛୋଟ ପଡ଼ି ଯାଇଥିଲା, ଫଳରେ ବହୁ ଲୋକ ବାହାରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା।

Bjp PM Modi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe