Advertisment

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ମୋତେ ଜେଲରୁ ମିଳି ନଥିଲା ଛୁଟି: କାହିଁକି ଏମିତି କହିଲେ ରାଜନାଥ?

ଏମର୍ଜେନ୍ସି ବେଳେ ସେ ଜେଲରେ ଥିଲେ। ଏହି ସମୟ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲେ ବି ତାଙ୍କୁ ଜେଲରୁ ପାରୋଲୋ ବା ଛୁଟି ମିଳି ନଥିଲା ବୋଲି ରାଜନାଥ କହିଛନ୍ତି।

Rajnath Singh

Rajnath Singh

Advertisment

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦେଶରେ ବର୍ତ୍ତମାନ ବିଜେପି ସରକାର ଅଘୋଷିତ ଏମର୍ଜେନ୍ସି ଜାରି କରିଥିବା ବିରୋଧୀ ଅଭିଯୋଗ କରୁଥିବାରୁ ରାଜନାଥ ଏହାକୁ କାଉଣ୍ଟର କରିଛନ୍ତି।

Advertisment

ସେ ଇନ୍ଦିରା ଗାନ୍ଧିଙ୍କ ଶାସନ ସମୟରେ ଦେଶରେ ଲାଗୁ ହୋଇଥିବା ଏମର୍ଜେନ୍ସି କଥା ଦୋହରାଇଛନ୍ତି। ଏମର୍ଜେନ୍ସି ବେଳେ ସେ ଜେଲରେ ଥିଲେ। ଏହି ସମୟ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲେ ବି ତାଙ୍କୁ ଜେଲରୁ ପାରୋଲୋ ବା ଛୁଟି ମିଳି ନଥିଲା ବୋଲି ରାଜନାଥ କହିଛନ୍ତି।

ନ୍ୟୁଜ ଏଜେନ୍ସ ଏଏନଆଇକୁ ସାକ୍ଷାତକାର ଦେଇ ଶ୍ରୀ ସିଂହ କହିଛନ୍ତି, “ବିରୋଧୀ ଆମ ବିରୋଧରେ ଏକଛତ୍ରବାଦ ଶାସନ ଅଭିଯୋଗ ଆଣିବା ପୂର୍ବରୁ ନିଜକୁ ପ୍ରଥମେ ଦେଖନ୍ତୁ।” ଦେଶରେ ଏମର୍ଜେନ୍ସି ଲାଗିବା ବେଳେ ରାଜନାଥଙ୍କୁ ୨୪ ବର୍ଷ ବୟସ ହୋଇଥିଲା। ସେ ସେହି ସମୟରେ ବିବାହ କରିଥିଲେ। ଗୋଟିଏ ଦିନ ରାତିରେ ପୁଲିସ୍‌ ତାଙ୍କ ଘରେ ପହଞ୍ଚିବା ସହ ତାଙ୍କୁ ଗିରଫ କରିଥିଲା।

Advertisment

ଏ ସମ୍ପର୍କରେ ରାଜନାଥ କହିଛନ୍ତି, “ଦିନ ସାରା କାମ କରିବା ପରେ ମୁଁ ଘରୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୁଲିସ୍‌ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।

ଜେଲରେ ରହିବାର ଗୋଟିଏ ବର୍ଷ ପରେ ମୋ ମା’ଙ୍କ ବ୍ରେନ ହାମରେଜ ହୋଇଥିଲା। ଏତିକି ବେଳେ ଏମର୍ଜେନ୍ସିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଥିଲା। ମୋତେ ଜେଲରୁ ଛାଡ଼ା ଯାଇ ନଥିଲା। ମୋ ମା’ ୨୭ ଦିନ କାଳ ହସ୍ପିଟାଲରେ ରହିବା ପରେ ପ୍ରାଣ ହରାଇଥିଲେ।

ମୁଁ ବାହାରକୁ ଆସି ପାରି ନଥିଲି। ମୋତେ ଛଡ଼ା ଯାଇ ନଥିଲା। ପାରୋଲୋରେ ମିଳି ନଥିଲା। ମା’ ମରିଯିବାରୁ ମୁଁ ଜେଲରେ ଲଣ୍ଡା ହୋଇଥିଲି। ମୋ ମା’ର ଅନ୍ତିମ ସଂସ୍କାର ଭାଇମାନେ କରିଥିଲେ। ମୁଁ ସେଠାରେ ପହଞ୍ଚି ପାରି ନଥିଲି।”

ଇନ୍ଦିରା ଗାନ୍ଧି ସରକାର ସମୟରେ ଲାଗୁ ହୋଇଥିବା ଏମର୍ଜେନ୍ସିକୁ ନେଇ ବିଜେପି ସବୁବେଳେ କଂଗ୍ରେସକୁ ସମାଲୋଚନା କରି ଚାଲିଛି। ଏବେ ରାଜନାଥ ଏହାକୁ ପ୍ରସଙ୍ଗ କରି ବର୍ଷିଛନ୍ତି।

Bjp Congress Rajnath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe