Advertisment

ବିଧାନସଭାରେ ବିଲ୍ ପାରିତ; ଦଳବଦଳ କରିଥିବା ବିଧାୟକଙ୍କୁ ମିଳିବନି ଭତ୍ତା

ବିରୋଧିଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ବିଧାନସଭାରେ ଏହି ବିଲ୍ ପାରିତ ହୋଇଛି।

CM Sukhvinder Singh Sukhu

CM Sukhvinder Singh Sukhu

Advertisment

ହିମାଚଳ ପ୍ରଦେଶର କଂଗ୍ରେସ ସରକାର ବିଧାନସଭାରେ ଏକ ନୂତନ ବିଲ୍ ପାରିତ କରିଛନ୍ତି। ଏହି ବିଲ୍ ବିଧାୟକମାନଙ୍କୁ ମିଳୁଥିବା ଭତ୍ତା ଉପରେ ଉଦ୍ଦିଷ୍ଟ। ନୂଆ ବିଲ୍ ଅନୁସାରେ, ଯଦି କୌଣସି ବିଧାୟକ ରାଜନୈତିକ କ୍ୟାରିଅରରେ ଦଳବଦଳ କରିଥାନ୍ତି, ତେବେ ତାଙ୍କୁ ଭତ୍ତା ବା ପେନସନ୍ ମିଳିବ ନାହିଁ।

Advertisment

ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶ ବିଧାନସଭା (ସଦସ୍ୟଙ୍କ ଭତ୍ତା) ସଂଶୋଧନ ବିଲ୍ 2024 ବିଲ୍ ଆଗତ କରିଥିଲେ। ବିରୋଧୀ ଦଳ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ବିଲ୍ ପାରିତ ହୋଇଛି। ଏହାପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହେବା ପରେ କାର୍ଯ୍ୟକାରୀ ହେବ। 

ଏହି ବିଲକୁ ବିରୋଧି ଦଳ ବିଧାୟକମାନେ ପ୍ରବଳ ବିରୋଧ କରିଥିଲେ। ଏପରି ଅଣାଯିବା ଦ୍ୱାରା ବିଧାୟକଙ୍କ ଅଧିକାର ଉଲ୍ଲଂଘନ ହେବ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। କିନ୍ତୁ ଶାସକ କଂଗ୍ରେସ କହିଛି, ରାଜନୀତିରେ ଦୁର୍ନୀତି ହ୍ରାସ କରିବାରେ ଏହି ଆଇନ ସହାୟକ ହେବ।

Advertisment

ଏହି ବିଲ୍‌ରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ କୌଣସି ସମୟରେ ଦଳବଦଳ କରିଥାନ୍ତି, ତେବେ ଆଇନ ଅନୁଯାୟୀ ସେ ଭତ୍ତା ପାଇବାକୁ ଯୋଗ୍ୟ ହେବେ ନାହିଁ। 

Himachal Pradesh Sukhvinder Singh Sukhu MLAs Pension HP Assembly HP Govt HP CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe