‘ଶଙ୍ଖ’ ଆପ୍ : ବିଜେଡି ନେତା-ମନ୍ତ୍ରୀ ଗାଏବ, କେବଳ ନବୀନ-ପାଣ୍ଡିଆନଙ୍କ ପ୍ରଚାର

ବିଜେଡି ନିଜର ଯେଉଁ ‘ଶଙ୍ଖ’ ଆପକୁ ବିକଶିତ କରିଛି ସେଥିରେ ଜଣେ ବି ଦଳୀୟ ନେତା ସ୍ଥାନ ନପାଇବାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Sankha App

ଶଙ୍ଖ ଆପ୍

Ordigital Desk
  • Published: Monday, 11 September 2023
  • Updated: 12 September 2023, 12:48 PM IST

Sports

Latest News

ଦଳୀୟ ଗୋଷ୍ଠୀକନ୍ଦଳ, ଛକାପଞ୍ଝା, ସରକାରବିରୋଧୀ ଜନଆକ୍ରୋଶ ଆଦିକୁ ଏଡ଼ାଇବା ପାଇଁ ବିଜେଡି ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ‘ପ୍ରଶିକ୍ଷଣ ଶିବିର’ରେ ‘ଶଙ୍ଖ’ ମୋବାଇଲ ଆପ୍ଲିକେସନ(ଆପ୍‌)କୁ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ସଂଖ୍ୟକ ଦଳୀୟ କର୍ମୀ ଓ ସାଧାରଣ ଲୋକେ ଯେପରି ନିଜର ସ୍ମାର୍ଟଫୋନରେ ଏହି ଆପ୍ ଡାଉନଲୋଡ୍ କରିବେ ସେ ଦିଗରେ ଆବଶ୍ୟକ ପ୍ରୟାସ କରିବାକୁ ପ୍ରଶିକ୍ଷଣ ନେଉଥିବା(ମାଷ୍ଟର ଟ୍ରେନର) ଦଳୀୟ ସକ୍ରିୟ କର୍ମୀମାନଙ୍କୁ ତାଗିଦ୍ କରାଯାଇଛି।

ତେବେ ଦୀର୍ଘ ୨୫ବର୍ଷ ପୁରୁଣା ଆଂଚଳିକ ଦଳ ବିଜେଡିର ଏହି ‘ଅଫିସିଆଲ ଆପ୍‌’ରେ ଜଣେ ବି ବିଜେଡି ନେତାଙ୍କ ଫଟୋଚିତ୍ର ନାହିଁ ।  କେବଳ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଫଟୋଚିତ୍ର ବହୁଳ ଭାବେ ସାମିଲ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡିର ଏହି ଆପ୍ ରେ ଅଗଷ୍ଟ ୨୮ତାରିଖରେ ପ୍ରଥମ ଫଟୋଚିତ୍ରଟି ପୋଷ୍ଟ କରାଯାଇଛି ସେଥିରେ ସିଏମଓ ଦ୍ୱାରା ବିକାଶର ନନଷ୍ଟପ୍ ସମୀକ୍ଷା ହେଉଥିବାର ଆଳ ଦେଖାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ହିରୋ କରାଯାଇଥିବା ଜଣାପଡ଼ିଛି ।

Also Read

ସୂଚନା ଅନୁସାରେ, ବିଜେଡି ନିଜର ଯେଉଁ ‘ଶଙ୍ଖ’ ଆପକୁ ବିକଶିତ କରିଛି ସେଥିରେ ଜଣେ ବି ଦଳୀୟ ନେତା ସ୍ଥାନ ନପାଇବାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଆପ୍ ରେ ମାତ୍ର ୫ଟି ପୋଷ୍ଟ ଉଲ୍ଲେଖ ରହିଛି । ପ୍ରଥମ ପୋଷ୍ଟଟି ଅଗଷ୍ଟ ୨୮ତାରିଖରେ ହୋଇଥିବାବେଳେ ସେଥିରେ ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କୁ ହିରୋ କରିବାକୁ ପ୍ରୟାସ ହୋଇଛି । ଆଉ ତା’ ପରବର୍ତ୍ତୀ ୪ଟି ପୋଷ୍ଟ ଯଥାକ୍ରମେ ସେପ୍ଟମ୍ବର ୫, ୧୦ ଓ ୧୧ତାରିଖର ରହିଛି । ଯେଉଁଥିରେ ୨୦ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ, ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ଚାଷୀଙ୍କୁ  ଋଣ ରିହାତି ସମ୍ପର୍କିତ ପୋଷ୍ଟରରେ ନବୀନଙ୍କ ଫଟୋଚିତ୍ର ରହିଛି । ଅବଶ୍ୟ କୋଟିଏ ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିର ଏହି ନିଜସ୍ୱ ‘ଆପ’ରେ ମାତ୍ର ଲାଇକ୍ ଓ ସେୟାର ପରିମାଣର ୧୦୦ବି ଅତିକ୍ରମ କରିନି ।

କିନ୍ତୁ ଯେଉଁ ‘ଶଙ୍ଖ ଆପ୍‌’ କୁ ଡାଉନଲୋଡ୍ କରିବା ନିମନ୍ତେ ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି ଓ ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳର ସମସ୍ତ ପ୍ରାଥମିକ ସଦସ୍ୟଙ୍କୁ ଏହି ଆପ୍ ନିଜ ମୋବାଇଲ ଫୋନରେ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଜେଡିର ଯେଉଁ ନେତାମାନେ ଦୀର୍ଘ ୨୫ବର୍ଷ ଧରି ଦଳ ସହ ଅଛନ୍ତି ଓ ଯାହାଙ୍କ ନିଷ୍ଠା ଓ ପରିଶ୍ରମ ବଳରେ ବିଜେଡି ଏବେ ଶକ୍ତିଶାଳୀ ଆଂଚଳିକ ଦଳ ହୋଇପାରିଛି, ସେହି ନେତାମାନଙ୍କ ମଧ୍ୟରୁ କାହାରି ଜଣଙ୍କୁ ବି ଶ୍ରେୟ ଦିଆଯାଇନି କିମ୍ବା ତାଙ୍କର ଫଟୋଚିତ୍ରକୁ ସ୍ଥାନିତ କରାଯାଇନି । ଏପରିକି ଦଳ ପାଖରେ ୧୧୨ ବିଧାୟକ ଓ ୨୧ଜଣ ସାଂସଦଙ୍କ ସମେତ ବହୁ ବରିଷ୍ଠ ନେତା ଥିଲେ ମଧ୍ୟ ସେମାନଙ୍କର ଦଳ ପାଇଁ ଅବଦାନକୁ ବି ଏହି ଶଙ୍ଖ ଆପ୍ ମାଧ୍ୟମରେ ସ୍ୱୀକୃତି ମିଳିନାହିଁ । କିମ୍ବା ସେମାନଙ୍କୁ ଶ୍ରେୟ ନେବାକୁ ସୁଯୋଗ ଦିଆଯାଇ ନାହିଁ । ଏହି ଦଳୀୟ ନେତାମାନଙ୍କ ଫଟୋଚିତ୍ର ବଦଳରେ କେବଳ ପାଣ୍ଡିଆନଙ୍କୁ ହିରୋ ଦର୍ଶାଇବାକୁ ପ୍ରୟାସ ହେବା ପରୋକ୍ଷରେ ‘ପାଣ୍ଡିଆନଙ୍କ ରାଜନୀତିକ ବ୍ରାଣ୍ଡିଂ’ ପାଇଁ ଏହା ବିଜେଡିର ରଣନୀତିର ଏକ ଅଂଶବିଶେଷ ବୋଲି ଚର୍ଚ୍ଚା ।

ଉଲ୍ଲେଖଯୋଗ୍ୟ, ଆଜିଠୁ ଶଙ୍ଖ ଭବନରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିର ଆସନ୍ତା ଅକ୍ଟୋବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ୪ଟି ଲେଖାଁଏ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ କର୍ମୀଙ୍କୁ ଦଳର ବରିଷ୍ଠ ଓ କନିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ୨୦୦ଜଣ ଲେଖାଁଏ ସକ୍ରିୟ କର୍ମୀଙ୍କ ସମେତ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବିଧାୟକ, ଦଳୀୟ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ ଭଞ୍ଜନଗର, କଟକ-ଚୌଦ୍ୱାର ଏବଂ ଜଗତସିଂହପୁର  ନିର୍ବାଚନମଣ୍ଡଳୀର କର୍ମୀମାନେ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।

ଏହି ସକ୍ରିୟ କର୍ମୀ(ମାଷ୍ଟର ଟ୍ରେନର)ଙ୍କୁ ବିଶେଷକରି ସୋସିଆଲ ମିଡିଆ ଓ ଶଙ୍ଖ ଆପ୍ ଡାଉନଲୋଡ୍ ସହ ହାଉସଟ୍ୟାଗିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ମଧ୍ୟ ଏହି ୧ଘଣ୍ଟା ୫୫ମିନିଟ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଦଳର ନେତାମାନେ ବୁଝାଇବାକୁ ପ୍ରୟାସ କରିଛନ୍ତି । ଅବଶ୍ୟ ଆଜିର ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିବା ସକ୍ରିୟ କର୍ମୀମାନଙ୍କୁ ୨ଘଣ୍ଟାର ପ୍ରଶିକ୍ଷଣ ଶିବିରରେ ‘ମୋବାଇଲ୍ ଫୋନ୍‌’ ନିଜ ପାଖରେ ରଖିବାର ଅନୁମତି ମିଳିନଥିଲା।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ‘ବିଜୁ’ ଆପ୍‌ ଜରିଆରେ ବିଜେଡି ନିର୍ବାଚନ ପ୍ରଚାର କରୁଥିଲା ଏବେ ସେହି ବିଜୁ ଆପ୍‌ର ନାଁକୁ ପରିବର୍ତ୍ତନ କରାଯାଇ ଶଙ୍ଖ ଆପ୍‌ କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story