Advertisment

ସରକାରଙ୍କ ବଡ଼ ନିଷ୍ପତ୍ତି: ବିନା ଅନୁମତି ରିଲିଜ ହୋଇପାରିବନି ମୁଖ୍ୟମନ୍ତ୍ରୀଙ୍କ ଫଟୋ

ବିଭାଗ ଅନୁମତି ଦେବା ପରେ ହିଁ ଫଟୋକୁ ସାର୍ବଜନୀନ କରାଯିବ। ସମସ୍ତ ପ୍ରକାରର ସର୍ବସାଧାରଣ କାର୍ଯ୍ୟକ୍ରମ, ବିଭାଗୀୟ ମିଟିଂ ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ନିୟମ ଲାଗୁ ହେବ।

author-image
Hemant Lenka
HP

HP

ବଡ଼ ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ସରକାର। ଏଣିକି କୌଣସି ସରକାରୀ ଏଜେନ୍ସି ଅଧିକୃତ ବିଭାଗର ବିନା ଅନୁମତିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଫଟୋ ଗଣମାଧ୍ୟମରେ ସାର୍ବଜନୀନ କରିପାରିବେ ନାହିଁ।

Advertisment

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଡିଆଇପିଆର ମୁଖ୍ୟମନ୍ତ୍ରୀଙ୍କ ସବୁ ଫଟୋକୁ ପ୍ରଥମେ ଯାଞ୍ଚ କରିବ। ବିଭାଗ ଅନୁମତି ଦେବା ପରେ ହିଁ ଫଟୋକୁ ସାର୍ବଜନୀନ କରାଯିବ। ସମସ୍ତ ପ୍ରକାରର ସର୍ବସାଧାରଣ କାର୍ଯ୍ୟକ୍ରମ, ବିଭାଗୀୟ ମିଟିଂ ଓ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହି ନିୟମ ଲାଗୁ ହେବ।

ସମସ୍ତ ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଅଣମଞ୍ଜୁରୀ ପ୍ରାପ୍ତ ଫଟୋ ଜାରି କରିବା ଏକ ଅଶୋଭନୀୟ ଆଚରଣ। ଏହା ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ସର୍ବସମ୍ମୁଖରେ ମଳିନ କରିବାର ଆଶଙ୍କା ରହିଛି।

Advertisment

ଅନାଧିକୃତ ଫଟୋଗୁଡ଼ିକ ଉଭୟ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଛବିକୁ ଖରାପ କରିପାରେ। ତେଣୁ ସମସ୍ତ ବିଭାଗ ଅନୁମତି ପରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ସାର୍ବଜନୀନ କରିପାରିବେ ବୋଲି ଏଥିରେ କୁହାଯାଇଛି।

ଅକ୍ଟୋବର ୨୧ ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିଆଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କ ପାଇଁ ତିନୋଟି ବାକ୍ସରେ ସମୋସା ବା ସିଙ୍ଗଡ଼ା ଓ କେକ୍‌ ଅର୍ଡର କରାଯାଇଥିଲା। ତେବେ ଭୁଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଏହି ଖାଦ୍ୟ ପରିସି ଦିଆଯାଇଥିଲା। ସିଆଇଡିକୁ ଏହାର ତଦନ୍ତ ଆରମ୍ଭ କରିବାକୁ ସୁଖବିନ୍ଦର ନିର୍ଦ୍ଦେଶ ଦେଇବା ପରେ ବିବାଦ ସୃଷ୍ଟି ହୋଇଥିଲା।

ଭାରତୀୟ ଜନତା ଯୁବ ମୋର୍ଚ୍ଚା(ବିଜେୱାଇଏମ) ପକ୍ଷରୁ ଶନିବାର ଶିମଲାରେ ସମୋସା ମାର୍ଚ୍ଚ କରାଯାଇଥିଲା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରିବା ଭଳି ବ୍ୟାନର ପ୍ରଦର୍ଶନ କରିଥିଲେ। ସୁଖୁଙ୍କ ଫଟୋକୁ ସେମାନେ ଥଟ୍ଟା କରି ସିଙ୍ଗଡ଼ା ଖୁଇବା ସହ ସୁଖଜୀଙ୍କ ସମୋସା କିଏ ଖାଇଲେ ବୋଲି ପ୍ରଶ୍ନ କରିଥିଲେ।

Congress Himachal Pradesh Sukhvinder Singh Sukhu