Advertisment

ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ମିଳିଲାନି; ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା।

Advertisment

ଏଥିସହ ତାଙ୍କ ପ୍ରଥମ ଚିଠିରେ କୌଣସି ଉତ୍ତର ନ ଆସିଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭବ୍ୟକ୍ତ କରିଛନ୍ତି। ସେ ତାଙ୍କ ପୂର୍ବ ଚିଠିର ଏକ କପି ସୋଶାଲ ମିଡିଆରେ ଶେଆର କରି କହିଛନ୍ତି, "ଦୟାକରି ମୋର ପ୍ରଥମ ଚିଠିକୁ ଗୁରୁତ୍ୱ ଦିଅନ୍ତୁ। ଏପରି ସମ୍ବେଦନଶୀଳ ପ୍ରସଙ୍ଗ ସତ୍ତ୍ୱେ ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ପାଇ ନାହିଁ।" 

ତେବେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କଠାରୁ ଏକ ଉତ୍ତର ପାଇଛି, ଯାହା ମୋ ଚିଠିରେ ଉଠାଯାଇଥିବା ପ୍ରସଙ୍ଗର ଗମ୍ଭୀରତାକୁ ପ୍ରତିଫଳିତ କରୁନଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Advertisment

ସେ କହିଛନ୍ତି, "ମୁଁ ଅନୁଭବ କରୁଛି ଯେ ମନ୍ତ୍ରୀ ଏପରି ସାଧାରଣ ଉତ୍ତର ପଠାଇବା ବେଳେ ପ୍ରସଙ୍ଗର ଗମ୍ଭୀରତା ଏବଂ ସମାଜ ପାଇଁ ଏହାର ପ୍ରାସଙ୍ଗିକତାକୁ ଯଥେଷ୍ଟ ରୂପେ ବୁଝିପାରି ନାହାନ୍ତି।"

ଉଲ୍ଲେଖ ଯୋଗ୍ୟ, ମମତା ବାନାର୍ଜୀଙ୍କ ଚିଠିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରତିକ୍ରିୟା ରଖି ବେଙ୍ଗଲ ସରକାର ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବା କହି ତୀବ୍ର ସମାଲୋଚନା କରିଥିଲେ।

ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, "ରାଜ୍ୟରେ 10ଟି ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ସରକାର ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ 88ଟି FTSC (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ଏବଂ 62 ଟି ପୋକ୍ସୋ ଅଦାଲତ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ଅର୍ଥ ପ୍ରଦାନରେ କାର୍ଯ୍ୟ କରୁଛନ୍ତି।

ହେଲ୍ପଲାଇନ ନମ୍ବର 112 ଏବଂ 1098 ରାଜ୍ୟରେ ସନ୍ତୋଷଜନକ ଭାବେ କାର୍ଯ୍ୟ କରୁଛି। ଏଥିସହ ଜରୁରୀକାଳୀନ ପରିସ୍ଥିତିରେ ଡାଏଲ 100 ମଧ୍ୟ ବହୁଳ ଭାବରେ ବ୍ୟବହୃତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। 

ତେବେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଷ୍କର୍ମ ମାମଲାର 15 ଦିନ ମଧ୍ୟରେ ବିଚାର ସାରି ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ ପାଇଁ କଠୋର କେନ୍ଦ୍ରୀୟ ଆଇନ ଆଣିବାକୁ ଅନୁରୋଧ କରିଥିଲେ ମମତା, ଯାହାର ଉତ୍ତର ନ ମିଳିଥିବାରୁ ଆଉ ଥରେ ଚିଠି ଲେଖିଛନ୍ତି। 

Narendra Modi PM Modi Mamata Banarjee Kolkata Rape-Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe