Advertisment

ଦିଲ୍ଲୀ ଓ ହରିୟାଣାରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିବ କଂଗ୍ରେସ

ଗୁରୁବାର ରମେଶ ସ୍ପଷ୍ଟ କରିଛନ୍ତି ଯେ ଇଣ୍ଡିଆ ବ୍ଲକ ମହାରାଷ୍ଟ୍ର ଓ ଝାରଖଣ୍ଡରେ ଏକାଠି ନିର୍ବାଚନ ଲଢ଼ିବେ। ସେହିପରି ଆଉ ଯଦି କେଉଁ ରାଜ୍ୟରେ ଦରକାର ପଡ଼ିବ, ତା’ହେଲେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିବ।

Congress

Congress

Advertisment

ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା କଂଗ୍ରେସ ଓ ଆପ୍‌ ଏବେ ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଲଢ଼ିବେ। ଆଗାମୀ ଦିଲ୍ଲୀ ଓ ହରିୟାଣା ବିଧାନସଭା ନିର୍ବାଚନ ବେଳେ ଦୁଇ ଦଳ ମଧ୍ୟରେ କୌଣସି ପ୍ରକାରର ମେଣ୍ଟ ହେବନାହିଁ ବୋଲି ଆଜି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ ସ୍ପଷ୍ଟ କରିଛନ୍ତି।

Advertisment

ଗୁରୁବାର ରମେଶ ସ୍ପଷ୍ଟ କରିଛନ୍ତି ଯେ ଇଣ୍ଡିଆ ବ୍ଲକ ମହାରାଷ୍ଟ୍ର ଓ ଝାରଖଣ୍ଡରେ ଏକାଠି ନିର୍ବାଚନ ଲଢ଼ିବେ। ସେହିପରି ଆଉ ଯଦି କେଉଁ ରାଜ୍ୟରେ ଦରକାର ପଡ଼ିବ, ତା’ହେଲେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିବ। ରାଜ୍ୟସ୍ତରୀୟ ନିର୍ବାଚନ ପାଇଁ ଇଣ୍ଡିଆ ବ୍ଲକ ଏକକ ଫୁର୍ମଲା ଆପଣାଇବ ନାହିଁ।

ରମେଶ କହିଛନ୍ତି, “ପଞ୍ଜାବରେ ଇଣ୍ଡିଆ ଜନବନ୍ଧନ ହୋଇ ନଥିଲା। ହରିୟାଣାରେ ଆମେ ଗୋଟିଏ ସିଟ୍‌ ଆପକୁ ଦେଇଥିଲୁ। କିନ୍ତୁ ମୁଁ ଭାବୁନି ସେଠାକାର ବିଧାନସଭା ନିର୍ବାଚନରେ ଇଣ୍ଡିଆ ଜନବନ୍ଧନ ହେବ। ଦିଲ୍ଲୀରେ ଆପ୍‌ କହି ସାରିଛି ଯେ ବିଧାନସଭା ନିର୍ବାଚନରେ ଇଣ୍ଡିଆ ଜନବନ୍ଧନ ହେବ ନାହିଁ।”

Advertisment

ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ଓ ଆପ୍‌ ଏକାଠି ଦିଲ୍ଲୀରେ ଲଢ଼ିଥିଲେ। କିନ୍ତୁ ପଞ୍ଜାବରେ ଉଭୟ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଥିଲେ। ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ହେଁ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇ ପାରି ନଥିଲା। ଉଭୟ ଦଳ ସେଠାରେ ମଧ୍ୟ ବିଧାନସଭା ନିର୍ବାଚନ ଅଲଗା ଅଲଗା ଲଢ଼ିବେ।

ରମେଶ କହିଛନ୍ତି, “ଯେଉଁ ରାଜ୍ୟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଚାହିଁବେ, ସେଠାରେ ଆମେ ଏକାଠି ନିର୍ବାଚନ ଲଢ଼ିବୁ। ମହାରାଷ୍ଟ୍ରରେ ଶିବସେନା(ୟୁବିଟି), ଏନସିପି(ଏସ୍‌ସିପି) ସହ ମେଣ୍ଟ ହେବ। ଝାରଖଣ୍ଡରେ ଜେଏମଏମ ସହ ଆମର ମେଣ୍ଟ ରହିଛି।

ରାଜ୍ୟସ୍ତରୀୟ କଂଗ୍ରେସ ନେତା ଓ ସହଯୋଗୀ ଦଳର ମତାମତ ନେବା ପରେ ହିଁ ଗଠବନ୍ଧନ ହେବ। ଦିଲ୍ଲୀ ଓ ହରିୟାଣାରେ ମେଣ୍ଟର କୌଣସି ସୁଯୋଗ ନାହିଁ। ତେଣୁ ସେଠାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ।”

ଚଳିତ ବର୍ଷ ଶେଷ ଆଡ଼କୁ ଝାରଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ସେହିପରି ଆସନ୍ତା ବର୍ଷ ପ୍ରଥମ ଭାଗରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Congress AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe