Advertisment

ଦିଲ୍ଲୀରେ ହ୍ୟାଟ୍ରିକ୍‌ ଜିରୋ ଅଭିମୁଖେ କଂଗ୍ରେସ

୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୧୩ରେ ଦଳ ୮ଟି ଆସନ ଜିତିଥିଲା। କିନ୍ତୁ ୨୦୧୩ ପୂର୍ବରୁ କଂଗ୍ରେସ ଦିଲ୍ଲୀରେ ନିଜର ଦବଦବା ଜାରି ରଖିଥିଲା। ଦଳ କ୍ରମାଗତ ୩ ଥର ଦିଲ୍ଲୀ ଦଖଲ କରିଥିଲା।

Delhi

Delhi

Advertisment

ଦିଲ୍ଲୀ ବିଧାନସଭାରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ହ୍ୟାଟ୍ରିକ ଶୂନ ବା ଜିରୋ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ କିଛି ରାଉଣ୍ଡର ଗଣତି ସୁଦ୍ଧା କଂଗ୍ରେସ ଦିଲ୍ଲୀର ୭୦ଟି ଆସନରୁ କେବଳ ଗୋଟିଏରେ ଲିଡ କରୁଥିଲା। କିନ୍ତୁ ଏବେ ଉକ୍ତ ଆସନରେ ମଧ୍ୟ କଂଗ୍ରେସ ପଛରେ ପଡ଼ି ଯାଇଛି।

Advertisment

ଏହି ରିପୋର୍ଟ ଲେଖା ହେବା ବେଳକୁ ବିଜେପି ୭୦ଟିରୁ ୪୨ଟି ଓ ଆପ୍‌ ଆପ୍‌ ୨୭ଟି ଆସନରେ ଲିଡ କରୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରକାଶିତ ଟ୍ରେଣ୍ଡ ଅନୁସାରେ ବିଜେପି ୩୮ଟି ଓ ଆପ୍‌ ୨୫ଟି ଆସନୀ ଲିଡ କରୁଛି। କିନ୍ତୁ କଂଗ୍ରେସ ଗୋଟିଏ ବି ଆସନରେ ଲିଡ୍‌ କରୁନାହିଁ।

ଯଦି ଏହି ଟ୍ରେଣ୍ଡ ଜାରି ରହିବ, ତା’ହେଲେ କଂଗ୍ରେସର ହ୍ୟାଟ୍ରିକ ଶୂନ ପାଇବା ନିଶ୍ଚିତ। ଭୋଟିଂ ପରେ ଆସିଥିବା ଏକଜିଟ ପୋଲରେ ମଧ୍ୟ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲି ପାରିବ ନାହିଁ ବୋଲି ଆକଳନ କରାଯାଇଥିଲା।

Advertisment

୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୧୩ରେ ଦଳ ୮ଟି ଆସନ ଜିତିଥିଲା। କିନ୍ତୁ ୨୦୧୩ ପୂର୍ବରୁ କଂଗ୍ରେସ ଦିଲ୍ଲୀରେ ନିଜର ଦବଦବା ଜାରି ରଖିଥିଲା। ଦଳ କ୍ରମାଗତ ୩ ଥର ଦିଲ୍ଲୀ ଦଖଲ କରିଥିଲା।

Bjp Congress AAP Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe