Advertisment

ନାଇଁ ଆଜ୍ଞା, ମୁଁ ବିଜେଡି ଛାଡ଼ିଦେଇଛି...

ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ। ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେ ଓ ତାଙ୍କ ସମର୍ଥକ ସକାଳେ ସକାଳେ ଭୋଟ୍‌ ଭିକ୍ଷା କରୁଛନ୍ତି। ଲୋକଙ୍କ ପାଖକୁ ଯାଉଛନ୍ତି, ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି।

author-image
Manoranjan Sial
BJD

BJD

‘ନାଇଁ ଆଜ୍ଞା, ମୁଁ ବିଜେଡି ଛାଡ଼ିଦେଇଛି...।’ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କ ଭୋଟ୍‌ ଭିକ୍ଷା ସମୟରେ ବିଜେଡି ଗାମୁଛା ପକାଇଲା ବେଳେ ଜଣେ ନେତା ଏପରି କହିଥିଲେ। ତାହା ପୁଣି ନିଜ ନିର୍ବାଚନମଣ୍ଡଳୀ ବ୍ରହ୍ମପୁରରେ। ଯାହା ଆଜି ଗଞ୍ଜାମ ଜିଲ୍ଲାର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

Advertisment

ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ। ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେ ଓ ତାଙ୍କ ସମର୍ଥକ ସକାଳେ ସକାଳେ ଭୋଟ୍‌ ଭିକ୍ଷା କରୁଛନ୍ତି। ଲୋକଙ୍କ ପାଖକୁ ଯାଉଛନ୍ତି, ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି। ସେହି ମର୍ମରେ ଶ୍ରୀ ଚାଉ ପଟ୍ଟନାୟକ ଓ ତାଙ୍କ ସମର୍ଥକ ଆଜି ସକାଳେ ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳକୁ ଯାଇଥିଲେ। ସେଠାରେ ଟି.ଗୋପୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ନିଜର ଭାବି ଶ୍ରୀ ପଟ୍ଟନାୟକ ତାଙ୍କ ପାଖକୁ ଯାଇଥିଲେ।

ଟି.ଗୋପୀ ତାଙ୍କୁ ନମସ୍କାର ହୋଇଥିଲେ। ସେହି ସମୟରେ ସମର୍ଥକଙ୍କ କଥାରେ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ତାଙ୍କ ବେକରେ ବିଜେଡି ଗାମୁଛା ପକାଇବାକୁ ଉଦ୍ୟମ କରୁଥିଲେ। ହେଲେ ସେ ହସି ହସି ଗାମୁଛା ନପକାଇବା କହିଥିଲେ। ଆଉ କହିଥିଲେ, ମୁଁ ବିଜେଡି ଛାଡ଼ି ଦେଇଛି...। ଯେଉଁଥିପାଇଁ ଚାଉ ପଟ୍ଟନାୟକ ତାଙ୍କ ବେକରେ ବିଜେଡି ଗାମୁଛା ପକାଇନଥିଲେ।

Advertisment

ସୂଚନାରୁ ପ୍ରକାଶ, ଆଜକୁ ୫ ଦିନ ତଳେ ଟି.ଗୋପୀ ବିଜେଡି ଛାଡ଼ିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତି ଅସନ୍ତୋଷ ଝାଡ଼ି ସେ ଛଡ଼ିଥିଲେ। ହେଲେ ସେ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରେ ଯୋଗଦେଇ ନାହାନ୍ତି।

ରିପୋର୍ଟ-ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

Ganjam Politics Ganjam Bjd Loksabha Election