Advertisment

କଂଗ୍ରେସକୁ ମିଳିଲାନି ଟିକସ ଆଶ୍ୱସ୍ତି, ଟ୍ରିବ୍ୟୁନାଲରେ ଦଳ ହେଲା ନିରାଶ

କଂଗ୍ରେସର ଆବେଦନ ପୂର୍ବରୁ ଆୟକର ବିଭାଗ ୧୯୯ କୋଟିରୁ ଅଧିକ ଆୟ ଉପରେ ଟିକସ ଦେବାକୁ ଦଳକୁ ନୋଟିସ କରିଥିଲା।

Rahul Gandhi

Rahul Gandhi

Advertisment

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆୟକର ଆପେଲଟେ ଟ୍ରିବ୍ୟୁନାଲ(ଆଇଟିଏଟି) କଂଗ୍ରେସର ଟିକସ ଛାଡ଼ ଆବେଦନକୁ ଖାରଜ କରି ଦେଇଛନ୍ତି। ୨୦୧୭-୧୮ ଆୟରେ କଂଗ୍ରେସକୁ ଟିକସ ଦେବାକୁ ନୋଟିସ କରାଯାଇଥିଲା। ଏହା ବିରୋଧରେ ଦଳ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲା। କଂଗ୍ରେସର ଆବେଦନ ପୂର୍ବରୁ ଆୟକର ବିଭାଗ ୧୯୯ କୋଟିରୁ ଅଧିକ ଆୟ ଉପରେ ଟିକସ ଦେବାକୁ ଦଳକୁ ନୋଟିସ କରିଥିଲା।

Advertisment

କଂଗ୍ରେସ ଦାବି କରିଛି ଯେ ଏହି ସବୁ ଟଙ୍କା ଦାନ ସୂତ୍ରରେ ମିଳିଥିଲା। ତେଣୁ ଏହି ଆୟକୁ ଟିକସ ମୁକ୍ତ କରାଯାଉ। ତଥାପି ଦଳ ଧାର୍ଯ୍ୟ ତାରିଖ ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରିପାରି ନଥିଲା। ଏବେ ଟ୍ରିବ୍ୟୁନାଲ ଟିକସ ଅଧିକାରୀଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ କଂଗ୍ରେସ ଦାନ ସୂତ୍ରରେ ପାଇଥିବା ଅର୍ଥ ଉପରେ ଯେମିତି ହେଲେ ବି ଟିକସ ଦେବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

କଂଗ୍ରେସ ତା’ର ଆୟକର ରିଟର୍ଣ୍ଣ ୨୦୧୯ ମସିହା ଫେବୃଆରୀ ୨ରେ ଫାଇଲ କରିଥିଲା। ଆୟକର ଆଇନର ଧାରା ୧୩ଏରେ ଦାନ ସୂତ୍ରରେ ପାଇଥିବା ୧୯୯.୧୫ କୋଟି ଉପରେ ଟିକସ ଛାଡ଼ ପାଇଁ ଆବେଦନ କରି ଦଳ ନିଜର ଆୟ ଶୂନ ଦର୍ଶାଇଥିଲା। ତେବେ ଆୟକର ରିଟର୍ଣ୍ଣ ଫାଇଲ ପାଇଁ ଶେଷ ତାରିଖ ୨୦୧୮ ମସିହା ଡିସେମ୍ବର ୩୧ ରହିଥିଲେ ହେଁ କଂଗ୍ରେସ ଏହା ଠାରୁ ବହୁ ବିଳମ୍ବରେ ତଥ୍ୟ ଦେଇଥିଲା।

Advertisment

୨୦୧୯ ସେପ୍ଟେମ୍ବର ମାସରେ ହୋଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କଂଗ୍ରେସ ୧୪.୪୯ ଲକ୍ଷ ଟଙ୍କାର ଚାନ୍ଦା ନଗଦ ରୂପରେ ପାଇଛି। ଏହା ପ୍ରତି ଲୋକଙ୍କ ପିଛା ୨ ହଜାରରୁ ଅଧିକ ହେବନି ବୋଲି ପ୍ରାବଧାନ ଥିବା ବେଳେ କଂଗ୍ରେସ ୧୩ଏ(ଡି)ର ଉଲ୍ଲଙ୍ଘନ କରିଥିଲା। କଂଗ୍ରେସ ଦର୍ଶାଇଥିଲା ଯେ ଦଳକୁ ୧୯୯.୧୫ କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ୧୯୭.୪୩ କୋଟି ହୋଇଥିଲା।

ଫଳରେ ୧.୭୧ କୋଟି ଟଙ୍କା ବଳିଥିଲା। ଏହା ଉପରେ ଟିକସ ଦେବାକୁ କଂଗ୍ରେସ ଚାହିଁଥିଲା। କିନ୍ତୁ ୨୦୨୧ ଜୁଲାଇ ୬ରେ ଏହାକୁ ଖାରଜ କରାଯାଇଥିଲା। ପୂରା ଆୟ ଉପରେ ଟିକସ ଲାଗିବ ବୋଲି ଆୟକର ବିଭାଗ କହିଥିଲା। ଏହାକୁ ୨୦୨୩ ମାର୍ଚ୍ଚ ୨୮ରେ ଆୟକର କମିଶନର(ଆବେଦନ) କାଏମ ରଖିଥିଲେ।

ଏହା ବିରୋଧରେ କଂଗ୍ରେ ଆଇଟିଏଟିରେ ଆବେଦନ କରିଥିଲା। ୨୦୨୪ରେ ଆଇଟି ଟ୍ରିବ୍ୟୁନାଲ ଅନ୍ତରୀଣ ସୁରକ୍ଷା ପାଇଁ ମନା କରି ଦେଇଥିଲେ। ଏବେ ଦଳର ଆବେଦନକୁ ଟ୍ରିବ୍ୟୁନାଲ ସଂପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe