Advertisment

ନବୀନଙ୍କ ରୁମ୍‌ରୁ ଟେଲିଫୋନ୍‌ କଟାଯାଇଛି: ଧର୍ମେନ୍ଦ୍ର

କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ଅଛି। ଓଡ଼ିଶାରେ କଂଗ୍ରେସର ପୂରା ଟିକେଟ ନବୀନ ବାଣ୍ଟିଛନ୍ତି। ଯେଉଁଠି ଯାହାକୁ ତାଙ୍କର ଇଚ୍ଛା ହେଲା, ସେଠି ଟିକେଟ ଦେଇଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

“ନବୀନ ନିବାସର ନବୀନ ପଟ୍ଟନାୟକଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ତାଙ୍କ ରୁମ୍‌ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି।” ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏପରି କହିଛନ୍ତି।

Advertisment

ସେ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି। ପିଏମ୍‌ ଶ୍ରୀ, ପିଏମ୍‌ ଉଷା ଯୋଜନା ମଧ୍ୟ ଲାଗୁ କରୁନାହାନ୍ତି। ମୋଦିଙ୍କ ନାଁ ଆସିଲେ ତାକୁ ଲାଗୁ ନକରିବା ତାଙ୍କର ଏକ ରଣନୀତି।

କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ପାର୍ଟି ନବୀନଙ୍କ ପକେଟରେ ଅଛି। ଓଡ଼ିଶାରେ କଂଗ୍ରେସର ପୂରା ଟିକେଟ ନବୀନ ବାଣ୍ଟିଛନ୍ତି। ଯେଉଁଠି ଯାହାକୁ ତାଙ୍କର ଇଚ୍ଛା ହେଲା, ସେଠି ଟିକେଟ ଦେଇଛନ୍ତି। ବିଜେଡିର କହିବା ଅନୁସାରେ କଂଗ୍ରେସ ବାରମ୍ବାର ପ୍ରାର୍ଥୀ ବଦଳାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Advertisment

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ କହିଛନ୍ତି, ଏଭଳି ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ। ତାଙ୍କ ପାର୍ଟି ବିଫଳ ହେଉଥିବାରୁ ସେ ଏମିତି କହୁଛନ୍ତି। ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ବୁଝାମଣା ହୋଇଯାଇଛି ବୋଲି ଭକ୍ତ ଅଭିଯୋଗ କରିଛନ୍ତି।

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe