Advertisment

ନବୀନ ପଟ୍ଟନାୟକଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ: ଧର୍ମେନ୍ଦ୍ର

'ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି।'

author-image
Manoj Swain

“ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ତାଙ୍କ ରୁମ୍‌ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ନବୀନଙ୍କ ଅଭ୍ୟାସ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ କାଟି ଦିଆଯାଇଛି।” ଗତକାଲି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି କହିଥିଲେ।

Advertisment
Bjp 2024 General Election Dharmendra Pradhan Odisha