Advertisment

ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ

ଅନାସ୍ଥା ପ୍ରସ୍ତାବରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନାମର ବନାନ ଭୁଲ ଲେଖାହୋଇଥିଲା। ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇନଥିଲା।

ଅଦ୍ୟତନ ହୋଇଛି
Vice President Jagdeep Dhankhar

Vice President Jagdeep Dhankhar

Advertisment

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇନଥିବା ଓ ପ୍ରସ୍ତାବରେ ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ଭୁଲ ଲେଖାଯାଇଥିବା ଦର୍ଶାଇ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ।

Advertisment

ସୂଚନା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ କହିଛନ୍ତି ଯେ ଦେଶର ଦ୍ଵିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ରହିଥିବା ବ୍ୟକ୍ତିଙ୍କୁ ବଦନାମ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଉପରାଷ୍ଟ୍ରପତିଙ୍କ ବିରୋଧରେ ମନଗଢ଼ା କାହାଣୀ କହିବା ପାଇଁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବାର କାରଣ ଦର୍ଶାଇବାକୁ ଯାଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଛନ୍ତି ଯେ ଏଭଳି ପ୍ରସ୍ତାବ ଆଣିବା ପାଇଁ ୧୪ ଦିନିଆ ନୋଟିସ ଦେବା ବାଧ୍ୟତାମୂଳକ। ହେଲେ ଏ କ୍ଷେତ୍ରରେ ଏହି ନୋଟିସ ଦିଆଯାଇନାହିଁ। ଏଥିରେ ଗୃହର ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ମଧ୍ୟ ଭୁଲ ଲେଖାଯାଇଥିବା ସେ କହିଛନ୍ତି।

ତେବେ ରାଜ୍ୟସଭା ଇତିହାସରେ ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ବାରମ୍ବାର କହୁଥିଲେ। ଯାହା ଚଳିତ ଶୀତ ଅଧିବେଶନରେ ଚରମ ସୀମାରେ ପହଞ୍ଚିଥିବା ବିରୋଧୀ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମେଣ୍ଟ ମଧ୍ୟରେ ମୁହାୀଁମୁହିଁ ସ୍ଥିତି ଉପୁଜିଥିଲା। ଶେଷରେ କଂଗ୍ରେସ ନେତୃତ୍ଵରେ ଇଣ୍ଡିଆ ମେଣ୍ଟର ଅନ୍ୟ ସାଂସଦମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

Advertisment
Parliament No Confidence Motion Jagdeep Dhankhar Vice President Rajya Sabha Chairman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe