Advertisment

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡିର ହଙ୍ଗାମା, ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିବାକୁ କଲେ ଚେଷ୍ଟା

ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡି ବିଧାୟକ ବିଶୃଙ୍ଖଳିତ ଆଚରଣ କରିଛନ୍ତି। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଆଜି ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।

Assembly

Assembly

Advertisment

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ବାଚସ୍ପତି ସୁରମା ପାଢୀଙ୍କ ଆଗରେ ବିଜେଡି ବିଧାୟକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ବିଧାୟକ ଆଜି ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।

Advertisment

ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରୁ ହଟ୍ଟଗୋଳ କରିଆସୁଥିଲା ବିଜେଡି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଘଟାଇଥିବା ଦେଖିବାକୁ ମିଳିଥିଲା। ବିଧାନସଭାରେ ଆଜି ଅରାଜକତାର ସବୁ ସୀମା ଟପିଲା ବିଜେଡି। ଗୃହର ମର୍ଯ୍ୟାଦାକୁ ଦଳି ମକଚି ଆଜି ଚରମ ବିଶୃଙ୍ଖଳିତ ଆଚରଣ କରିଛନ୍ତି ବିରୋଧୀ ବିଜେଡି ବିଧାୟକ।

ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଏଥିସହ ସେମାନେ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାକୁ ରୋକିବାକୁ ଯାଇ ବିଧାନସଭାରେ ଉପସ୍ଥିତ ମାର୍ଶଲଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ବି ହୋଇଛି। 

Advertisment

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ ପୋଡିୟମ୍ ଚଢ଼ିବାକୁ ଉଦ୍ୟମ କରିଥିଲେ। ଏଥିସହ ବାଚସ୍ପତିଙ୍କ ସିଟ୍ ପାଖକୁ ଯିବାକୁ ମଧ୍ୟ ସେମାନେ ଉଦ୍ୟମ କରିଥିଲେ। ସେହିଭଳି ଆଉ କିଛି ବିଜେଡି ବିଧାୟକ ସିଢି ବାଟ ଦେଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ  ସେଠାରେ ଉପସ୍ଥିତ ମାର୍ଶଲ ସେମାନଙ୍କୁ ଅଟକାଇଥିଲେ ।

 ବିଜେଡି ବିଧାୟକ ମାଧବ ଧଡ଼ା କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆମେ ଗୃହକୁ ବନ୍ଦ କରିବାକୁ ଚାହିଁଥିଲୁ। କିନ୍ତୁ ବାଚସ୍ପତି ଗୃହକୁ ବନ୍ଦ କଲେ ନାହିଁ। ତେଣୁ ଆମେ ଯାହା କରିଛୁ ଗଣତାନ୍ତ୍ରିକ ଭାବେ କରିଛୁ, ସୀମା ବାହାରକୁ ଯାଇ କିଛି କରିନୁ। କାରଣ ଆମ ଦଳ ସବୁବେଳେ ମା’କୁ ସମ୍ମାନ ଦେଇ ଆସୁଛି।

ଜବାବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, ବିରୋଧୀ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି। ପୋଡ଼ିୟମ ଉପରକୁ ଉଠି ବିରୋଧୀ ଦଳର ବିଧାୟକମାନେ ଯେଉଁପରି ଭାବେ ଆଚରଣ ପ୍ରଦର୍ଶନ କଲେ ତାହା ଖୁବ୍‌ ନିନ୍ଦନୀୟ। ଏହା ନିନ୍ଦନୀୟ କଥା ବୋଲି ସେ କହିଛନ୍ତି। ସତ୍ୟର ସାମ୍ନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି ସେ କହିଛନ୍ତି। ୨୪ ବର୍ଷ ଧରି ସେମାନେ ଦୁର୍ନୀତିରେ ଉବୁଟୁବୁ ହେଉଥିଲେ। ଏବେ ପର୍ଦ୍ଦାଫାସ ହେବା ବେଳକୁ ଆଲୋଚନାକୁ ଡରୁଛନ୍ତି। ଗୃହରେ ହୋହଲ୍ଲା କରୁଛନ୍ତି। ବିରୋଧୀଙ୍କ ଏପରି ଆଚରଣ ଗଣତନ୍ତ୍ରରେ ଆଦୌ ଶୋଭନୀୟ ନୁହେଁ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ସବୁ ଜିଲ୍ଲାରେ ମଦ ବନ୍ୟା ଚାଲିଛି। ଚିକିଟି ମଦ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କ ନିଦ ତୁରନ୍ତ ନ ଭାଙ୍ଗିଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ । ତେଣୁ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା।

BjD Bjp Congress Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe