Advertisment

ଅନୁଭବ ମହାନ୍ତିଙ୍କ ନାଁରେ NBW ଜାରି; ହୋଇପାରନ୍ତି ଗିରଫ

ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି  ପ୍ରତିକ୍ରିୟା ମଳିନାହିଁ।

ଅଦ୍ୟତନ ହୋଇଛି
Anubhav Mohanty

Anubhav Mohanty

Advertisment

ବଢ଼ିଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (NBW)  ଜାରି କରିଛନ୍ତି କଟକ ଜେଏମଏଫସି (MP, MLA) କୋର୍ଟ।। ଏକ ମାମଲାରେ ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ସେଥିପାଇଁ  NBW ଜାରି କରିଛନ୍ତି କୋର୍ଟ।

Advertisment

ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପୁରୀଘାଟ ଥାନାରେ ରୁଜୁ ଏକ ମାମଲାରେ ଅନୁଭବଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ୨୦୨୦ ମସିହାରେ ଡିସେମ୍ବର ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ପୁରୀ ଘାଟ ଥାନାରେ ଏକ ଏତଲା ଦିଆଯାଇଥିଲା। ବର୍ଷା ଏତଲାରେ ଉଲ୍ଲେଖ କରିଥିଲେ ଯେ ଅନୁଭବ ଓ ତାଙ୍କ ଘରେ ରହୁଥିବା ୨ କର୍ମଚାରୀ ଖଗେନ୍ଦ୍ର ଓ ଅଜିତ ତାଙ୍କୁ ଶାରୀରିକ  ଏବଂ ମାନସିକ ନିର୍ଯାତନା ଦେଉଛନ୍ତି।ବିନା ଅନୁମତିରେ ଦୁଇ କର୍ମଚାରୀ ତାଙ୍କ ରୁମ୍ ଭିତରକୁ ପଶି ଆସୁଛନ୍ତି। ରୁମ୍‌ରେ ପଶି ଭିଡିଓ କରୁଛନ୍ତି। ଅନୁଭବଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ କର୍ମଚାରୀ ଏପରି କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ବର୍ଷାଙ୍କ ଏହି ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପକ୍ଷରୁ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଅନୁଭବଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ଲାଗିଥିଲା। କଟକ ଜେଏମଏଫସି (MP, MLA) କୋର୍ଟରେ ଏହି ମାମଲାଟି ବିଚାରଧୀନ ଥିଲା। ଏହି ମାମଲା ଉପରେ ଗତ ୮ ତାରିଖରେ ଅନୁଭବଙ୍କୁ କୋର୍ଟରୁ ଡକରା ଆସିଥିଲା। ହେଲେ ଅନୁଭବ କୋର୍ଟରେ ହାଜର ହୋଇ ନଥିଲେ। ନିଜ ଓକିଲଙ୍କ ଜରିଆରେ ଏକ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ଉଲ୍ଲେଖ ଥିଲା ଯେ, ଏହି ଘଟଣାଟି  ସଂପୂର୍ଣ୍ଣ ମିଛ। ଏହି ମାମଲାରୁ ତାଙ୍କୁ ମୁକ୍ତି କରାଯାଉ। କୋର୍ଟ ଅନୁଭବଙ୍କ ଆବେଦନ ଶୁଣିବା ପରେ ମାମଲା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ।  

Advertisment

ଗତ ୧୦ ତାରିଖରେ ଚାର୍ଜଫ୍ରେମ୍ କରାଯିବ ବୋଲି କୋର୍ଟ କହିଥିଲେ ଓ ଅନୁଭବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୦ ତାରିଖରେ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। କୋର୍ଟରେ ହାଜର ହେବା ପାଇଁ ମହଲତ ମାଗିଥିଲେ। କୋର୍ଟ ପୁଣି ମେ’ ୧୩ ତାରିଖ ତଥା ଆଜି ଅନୁଭବଙ୍କ କେସର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଥିଲା।  ହେଲେ ଆଜି ମଧ୍ୟ ଅନୁଭବ କୋର୍ଟରେ ହାଜର ହୋଇନଥିଲେ।  ନିଜ ଓକିଲଙ୍କ ଜରିଆରେ ଏକ ପିଟିସନ ଦାଖଲ କରିଥିଲେ। କୋର୍ଟ ଅନୁଭବଙ୍କ ପିଟିସନକୁ ଖାରଜ କରିବା ସହ ଶୀଘ୍ର ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ଓ  NBW ଜାରି କରିଥିଲେ। ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁରୀ ଘାଟ ଥାନା ଆଇଆଇସିଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।  

ଏନେଇ ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି  ପ୍ରତିକ୍ରିୟା ମଳିନାହିଁ।  

Anubhav Mohanty Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe