Advertisment

'ଉତ୍ତର ଭାରତର ପପ୍ପୁ ରାହୁଲ ଗାନ୍ଧୀ, ଦକ୍ଷିଣ ଭାରତର ଉଦୟନିଧି'

'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟକୁ ନେଇ ଜୁନିଅର୍ ଷ୍ଟାଲିନଙ୍କୁ ଦକ୍ଷିଣ ଭାରତ ପପ୍ପୁ କହିଲେ ବିଜେପି ସଭାପତି କେ. ଆନ୍ନାମଲାଇ।

ଅଦ୍ୟତନ ହୋଇଛି
K Annamalai

K Annamalai

Advertisment

ଉଦୟନିଧି ଷ୍ଟାଲିନଙ୍କୁ 'ସନାତନ ଧର୍ମ' ବିରୋଧୀ ମନ୍ତବ୍ୟ ମହଙ୍ଗା ପଡିଛି। ଥାନାରେ ଏତଲା ସାଙ୍ଗକୁ କଡା ଭାଷାରେ ସମାଲୋଚନା କରୁଛନ୍ତି ବିରୋଧୀ। ରାଜନେତାଙ୍କଠାରୁ ଆରମ୍ଭ କରି ସାଧୁ-ସନ୍ଥ ତାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ତାମିଲନାଡୁର ବିଜେପି ସଭାପତି କେ. ଆନ୍ନାମଲାଇ କଟାକ୍ଷ କରି ଜୁନିଅର୍ ଷ୍ଟାଲିନଙ୍କୁ ପପ୍ପୁ ବୋଲି କହିଛନ୍ତି। 

Advertisment

ସେ କହିଛନ୍ତି, ରାହୁଲ ଗାନ୍ଧୀ ଉତ୍ତର ଭାରତର ପପ୍ପୁ ଥିଲେ। ବର୍ତ୍ତମାନ ଦକ୍ଷିଣ ଭାରତର ପପ୍ପୁ ଉଦୟନିଧି। ରାହୁଲ ଯେମିତି ମୋଦି କମ୍ୟୁନିଟି ବାବଦରେ ମନ୍ତବ୍ୟ ଦିଅନ୍ତି, ଷ୍ଟାଲିନ ସେମିତି ସନାତନ ବିରୋଧୀ ମନ୍ତ୍ରବ୍ୟ ଦେଉଛନ୍ତି। ଯଦି ସେମାନେ ଏହିପରି ମନ୍ତବ୍ୟ ଦେବା ଜାରି ରଖିବେ, ତେବେ ଇଣ୍ଡିଆ ଆଲାଏନ୍ସ ଭୋଟ୍ ବ୍ୟାଙ୍କ୍ ନିଶ୍ଚିତ ରୂପେ ହ୍ରାସ ପାଇବ। 

ବର୍ତ୍ତମାନ ବିରୋଧୀ ମେଣ୍ଟଙ୍କ ଭୋଟ୍ ବ୍ୟାଙ୍କ ପାଞ୍ଚ ପ୍ରତିଶତ ହ୍ରାସ ପାଇଛି। ଷ୍ଟାଲିନ୍ ଯଦି ସନାତନ ଧର୍ମ ବିରୋଧରେ ଏପରି ବାରମ୍ବାର କୁହନ୍ତି ତେବେ ଇଣ୍ଡିଆ ଆଲାଏନ୍ସର ଭୋଟ୍ ବ୍ୟାଙ୍କ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ସେ ଆହୁରି କହିଛନ୍ତି, ୬ ଥର ଶାସନରେ ରହିବା ପରେ ଏବେ ବି ସାମାଜିକ ନ୍ୟାୟ ବାବଦରେ ପ୍ରଶ୍ନ କରୁଛନ୍ତି, ସେମାନେ କଣ ଦୀର୍ଘ ଦିନର ଶାସନ କାଳ ମଧ୍ୟରେ ସାମାଜିକ ନ୍ୟାୟ ଆଣିବାରେ ବିଫଳ ହେଲେ କି ବୋଲି ପ୍ରଶ୍ନ କରିଛନ୍ତି ଆନ୍ନାମଲାଇ।

Advertisment

ସେପ୍ଟେମ୍ବର ୨ରେ ଏକ ସଭାରେ ତାମିଲନାଡୁ ମିଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତଥା ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇ କହିଥିଲେ, ଆମ ମଧ୍ୟରେ ଏପରି କିଛି ଜିନିଷ ଅଛି ଯାହାକୁ କେବଳ ବିରୋଧୀ ନୁହେଁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ଆବଶ୍ୟକ। ଯେପରି ମ୍ୟାଲେରିଆ ଡେଙ୍କୁ ଆଉ କୋରୋନା। ସନାତନ ଧର୍ମ ମଧ୍ୟ ଠିକ୍ ଏହିପରି। ହିନ୍ଦୁ ଧର୍ମ ସମାନତା ବିରୋଧୀ ତେଣୁ ଏହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ବିଲୋପ କରିବା ଉଚିତ୍ ବୋଲି କହିଥିଲେ। ଷ୍ଟାଲିନଙ୍କ ଏହି ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡିଛି। ବିଭିନ୍ନ ଥାନାରେ ତାଙ୍କ ନାମରେ ଏତଲା ରୁଜୁ କରାଯାଇଛି। ଧାର୍ମିକ ଅନୁଷ୍ଠାନ ଏବଂ ସାଧୁ-ସନ୍ଥ ମଧ୍ୟ ଷ୍ଟାଲିନଙ୍କୁ ବିରୋଧ କରିଛନ୍ତି। 

Udhayanidhi Stalin Sanatana Remark Udhayanidhi Stalin On Sanatan K Annamalai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe