ଉତ୍ତର ଓଡ଼ିଶା ଓ ଦକ୍ଷିଣାଂଚଳ ବିକାଶ ପରିଷଦ ଗଠନ ହେବ: ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ୯୫ହଜାର କୋଟି ଟଙ୍କାର ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟର ସବୁ ଅଂଚଳର ବିକାଶ ହେବ ଓ କୌଣସି ଅଂଚଳ ଅବହେଳିତ ରହିବ ନାହିଁ।

CM Mohan Charan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ଫାଇଲ ଫଟୋ)

Ordigital Desk
  • Published: Wednesday, 31 July 2024
  • Updated: 31 July 2024, 10:16 PM IST

Sports

Latest News

ରାଜ୍ୟରେ କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାସହିତ ସ୍ୱତନ୍ତ୍ର ପ୍ୟାକେଜ ତୁଳନାରେ ଓଡ଼ିଶାକୁ ଚଳିତ କେନ୍ଦ୍ରୀୟ ବଜେଟରେ ଅଧିକ ପରିମାଣର ଅର୍ଥ ବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀ ଦଳ ସଦସ୍ୟମାନଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଆଜି ବିଧାନସଭାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ୯୫ହଜାର କୋଟି ଟଙ୍କାର ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ରାଜ୍ୟର ସବୁ ଅଂଚଳର ବିକାଶ ହେବ ଓ କୌଣସି ଅଂଚଳ ଅବହେଳିତ ରହିବ ନାହିଁ । କ୍ଷେତ୍ରୀୟ ଅସାମଞ୍ଜସ୍ୟ ଦୂର କରିବା ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ । ଏଥିପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

Also Read

କେନ୍ଦ୍ରୀୟ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପ୍ୟାକେଜ୍ ମିଳିଲା କିନ୍ତୁ ଓଡ଼ିଶାକୁ କିଛି ମିଳିଲା ନାହିଁ ବୋଲି ବିରୋଧୀ ଦଳ ସଦସ୍ୟମାନେ କହୁଛନ୍ତି । ମାତ୍ର ବଜେଟକୁ ଠିକ୍ ଭାବେ ଅନୁଶୀଳନ କଲେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜଠୁ ବି ଅଧିକ ମିଳିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ରେଳବଜେଟରେ ଓଡ଼ିଶାକୁ ୧୦୫୦୦କୋଟି ଟଙ୍କା ମିଳିଛି । ୨୦୧୪ ପୂର୍ବର ବଜେଟ୍ ତୁଳନାରେ ୧୨.୫ଗୁଣ ଅଧିକ । ବିରୋଧୀ କହୁଥିବା ସ୍ୱତନ୍ତ୍ର ପ୍ୟାକେଜଠୁ ଏହା ଅଧିକ ନୁହେଁ କି? ଭୁବନେଶ୍ୱର ଚତୁପାଶ୍ୱର୍ରେ ରିଂରୋଡ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲି । ଏଥିରେ ୧୧୧.୨ କିମି ରିଂ ରୋଡ୍ ପାଇଁ କେନ୍ଦ୍ର ସରକାର ୫୨୦୦ କୋଟି ବ୍ୟୟ ଅଟକଳ କରିଛନ୍ତି । ଏହା ହେଉଛି ପୂର୍ବୋଦୟ ବିକାଶର କଥା । ଏହା ଯେକୌଣସି ସ୍ୱତନ୍ତ୍ର ଅନୁଦାନଠାରୁ ଯଥେଷ୍ଟ ଅଧିକ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୨୦୨୩-୨୪ରେ ୯.୫୭ ଲକ୍ଷ ଘର ମିଳିଛି । ପୂର୍ବବର୍ଷ ତୁଳନାରେ ଏହା ଦୁଇ/ତିନି ଗୁଣ ଅଧିକ । ଏହା କ’ଣ ସ୍ୱତନ୍ତ୍ର ବ୍ୟୟବରାଦ ନୁହେଁ କି? ଏଥିରେ ସେମାନେ ଫେଲ୍ ମାରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଲେ । ତା’ସହିତ ଦୁଇ ଲକ୍ଷ ଦେଇ ନପାରି ଫେରାଇଦେଲେ । କୋଷ୍ଟାଲ ହାଇୱେର  ଫୋରଲେନିଂ ପାଇଁ ମଧ୍ୟ ପ୍ରସ୍ତାବ ଚୂଡ଼ାନ୍ତ ହେବାକୁ ଯାଉଛି । ଏହା କ’ଣ ସ୍ୱତନ୍ତ୍ର ଅନୁଦାନ, ସ୍ୱତନ୍ତ୍ର ପ୍ୟାକେଜଠାରୁ ବହୁତ ଅଧିକ । ଏହାସହିତ ଓଡ଼ିଶାରେ ଇକୋନୋମିକ କରିଡର, ଶିଳ୍ପ ପ୍ରତିଷ୍ଠା, ବଡ଼ବିଲରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଆଠଥାକିଆ ଆଦି ଅନେକ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ତଥାପି ସେମାନେ କହୁଛନ୍ତି ଓଡ଼ିଶାକୁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇନାହିଁ । ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ନଦେଇ ଗୃହ ତ୍ୟାଗ କରି ଚାଲିଯାଉଛନ୍ତି । ଏହା ଦୁର୍ଭାଗ୍ୟଜନକ ଓ କେବଳ ରାଜନୀତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ସେହିପରି ପୂର୍ବ ସରକାର ରାଜ୍ୟରେ କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ କରୁନଥିଲେ । କିନ୍ତୁ ଆମେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ପୁରା ସୁଯୋଗ ନେଉଛୁ । କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟସ୍ତରୀୟ ଯୋଜନାଗୁଡ଼ିକର ସଂଯୋଜନ ମାଧ୍ୟମରେ ଆମେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛୁ । ଏହି ବଜେଟ୍ ରାଜ୍ୟର ଲୋଙ୍କ ଆଶା ଓ ଆକାଂକ୍ଷା ପୂରଣ ଓ ଆର୍ଥିକ ସୁପରିଚାଳନା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ସୁଚିନ୍ତିତ ପ୍ରୟାସ ବୋଲି ଶ୍ରୀ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story