Vote
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ କିଛି ସ୍ଥାନରେ ପଡ଼ିନି ଗୋଟିଏ ବି ଭୋଟ୍। ଲୋକଙ୍କ ଭୋଟ୍ ବର୍ଜନ ନିଷ୍ପତ୍ତି ଯୋଗୁଁ ଦେଖିବାକୁ ମିଳିଥିଲା ଏମିତି ସ୍ଥିତି। କେଉଁଠି ରାସ୍ତା ନାହିଁ ତ ଭୋଟ୍ ନାହିଁ, ଆଉ କେଉଁଠି ବିଜୁଳି ଓ ନେଟୱର୍କ ନାହିଁ ତ ଭୋଟ୍ ନାହିଁର ନାରା ଦେଇଥିଲେ ଲୋକେ।
ଗାଁକୁ ରାସ୍ତା ନହେବାରୁ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ଖଣ୍ଡିଆଗୁଡ଼ା ଗାଁ ଲୋକେ ଆଜି ଭୋଟ୍ ଦେଇନାହାନ୍ତି। ବିଜୁଳି, ଜଙ୍ଗଲଜମି ପଟ୍ଟା ଓ ସ୍କୁଲକୁ ସୁବିଧା ଆଦି ଦାବି ପୂରଣ ହୋଇନଥିବାରୁ ଭୋଟ୍ ବର୍ଜନ କରିଛନ୍ତି ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ବ୍ଲକ୍ ଖୁଡ଼ୁକୁ ପଞ୍ଚାୟତର ୯ଟି ଗାଁର ଲୋକେ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ୧୭୪ ନମ୍ବର ବୁଥ ବାହାରେ ଲୋକମାନେ ମୌଳିକ ସମସ୍ୟାକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିବା ବେଳେ ଦଶମନ୍ତପୁର ବ୍ଲକ୍ ପଦୁଗୁଡ଼ାରେ ବି ଲୋକେ ଭୋଟ୍ ଦେଇନାହାନ୍ତି। ଗଜପତି ଜିଲ୍ଲା ମୋହନାରେ ରାସ୍ତା, ପାଣି ଓ ମୋବାଇଲ ନେଟୱର୍କ ଦାବିରେ ଭୋଟ୍ ବର୍ଜନ କରିଛନ୍ତି ୬ ଖଣ୍ଡ ଗାଁ ଲୋକେ।
ନଦୀ ଉପରେ ପୋଲ ତିଆରି ହେଉନଥିବାରୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଦେବଷଣ୍ଢଗୁଡ଼ା ଗାଁ ଲୋକେ ବି ଭୋଟ ବର୍ଜନ କରିଛନ୍ତି ।... ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିର୍ଲିଗୁଡ଼ାରେ ବୁଥ୍ ନକରି ୩ କିଲୋମିଟର ଦୂରରେ କରିବାରୁ, ଭୋଟ୍ ଦେବାକୁ ଯାଇନାହାନ୍ତି ୩ ଶହରୁ ଅଧିକ ଭୋଟର।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ଏହିସବୁ ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Vote_1715613787.jpg)