Advertisment

ଚିରଞ୍ଜୀବୀ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ନୋଟିସ୍‌

ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। AICC ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍‌ ଜାରି ହୋଇଛି।

Congress

Congress

Advertisment

କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢ଼ିଲା। ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। AICC ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଉଭୟ ନେତା ଖୋଲା ମଞ୍ଚରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ନୋଟିସ୍‌ ହୋଇଥିବା ଚର୍ଚ୍ଚା ହେଉଛି।

Advertisment

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଚିରଞ୍ଜୀବୀ ଓ ମୋକିମ୍‌ଙ୍କୁ AICC ହୋଇଥିବା କାରଣ ଦର୍ଶାଅ ନୋଟିସ୍ ବାବଦରେ ମୁଁ ଅଧିକ କିଛି କହିବିନି। ଯାହା ଅଭିଯୋଗ ଆସିଥିଲା, ତାକୁ ଆମେ AICCକୁ ପଠେଇ ଦେଇଥିଲୁ। AICC ଯାହା ନିଷ୍ପତ୍ତି ନେଇଥିବ। ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ଚେଷ୍ଟା କରୁଛି। ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇ କମାଣ୍ଡଙ୍କ ନିଷ୍ପତ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ତେବେ କାରଣ ଦର୍ଶାଅ ନୋଟିସ୍‌ ନେଇ ଚିରଞ୍ଜୀବୀ ଓ ମୋକିମଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ସୂଚନାରୁ ପ୍ରକାଶ, ମେ’ ୮ ତାରିଖରେ ଭୁବନେଶ୍ୱର ସୂଚନା ଭବନରେ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସମାରୋହରେ ଚିରଞ୍ଜୀବୀ ବିଶ୍ୱାଳ ଯୋଗଦେଇ ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ସେ କହିଥିଲେ, ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଚିରଞ୍ଜୀବୀ କହିଥିଲେ। ସମାନ ଢ଼ଙ୍ଗରେ ମହମ୍ମଦ ମୋକିମ୍‌ ମଧ୍ୟ ସମାଲୋଚନା କରିଥିଲେ। ଯେଉଁଥିପାଇଁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe