Advertisment

ମେ’ ୨୦ରେ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ; ପ୍ରକାଶ ପାଇଲା ବିଜ୍ଞପ୍ତି

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vote

Vote

ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ ହେବ।

Advertisment

ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ହେବ । ସେହିପରି କଣ୍ଟାବାଂଜିରେ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟ ହେବ। ତେବେ ଅନ୍ୟ ୫ ବିଧାନସଭା କ୍ଷେତ୍ର ବଲାଙ୍ଗିର, ଟିଟିଲାଗଡ଼, ବୀରମହାରାଜପୁର, ସୋନପୁର, ଲୋଇସିଂହାରେ ସକାଳ ୭ଟାରୁ ୬ଟା ଯାଏ ଭୋଟ ହେବ। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭଂଜନଗରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ହେବ।

Advertisment

ସେହିପରି ଦଶପଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା, ବୌଦ୍ଧ ଓ କଣ୍ଟାମାଳରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ବାଲିଗୁଡ଼ାର ୧୫ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ
ହେବ। ଜି.ଉଦୟଗିରିର ୮ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ବୁଥରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ ହେବ। ଫୁଲବାଣୀରେ ୨୩ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ଆସିକା ଲୋକସଭା କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

Election Vote