Advertisment

ଏବେ ପାକ୍‌ ଅଧୀକୃତ କଶ୍ମୀରର ପାଳି: ଅମିତ ଶାହ

ଉରିରେ ପାକିସ୍ତାନ ଆକ୍ରମଣ କଲା। ଏହାର ୧୦ ଦିନ ପରେ ନରେନ୍ଦ୍ର ମୋଦି ଜବାବ ଦେଇଥିଲେ।

Amit shah

Amit shah

Advertisment

‘ମୋଦିଜୀ ଧାରା ୩୭୦କୁ ଉଚ୍ଛେଦ କରି କଶ୍ମୀରକୁ ସବୁ ଦିନ ପାଇଁ ଭାରତର କରି ଦେଇଛନ୍ତି। ଏବେ ପାଳି ହେଉଛି ପାକ୍ ଅଧିକୃତ କଶ୍ମୀର (ପିଓକେ)ର।’ ଆଜି କେନ୍ଦୁଝରରେ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଏହି କଥା।

Advertisment

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସୁରକ୍ଷିତ ରଖିବାକୁ କାର୍ଯ୍ୟ କରୁଛନ୍ତି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଉଚିତ ଥିଲା କି ନାହିଁ? ମୋଦିଜୀ ଧାରା ୩୭୦କୁ ଉଚ୍ଛେଦ କରି କଶ୍ମୀରକୁ ସବୁ ଦିନ ପାଇଁ ଭାରତର କରି ଦେଇଛନ୍ତି। ଏବେ ପାଳି ହେଉଛି ପାକ୍ ଅଧିକୃତ କଶ୍ମୀର (ପିଓକେ)ର। କଂଗ୍ରେସ ନେତା ମଣିଶଙ୍କର ଆୟର ଆମକୁ ଧମକ ଦେଉଛନ୍ତି ଯେ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି। ପାକ୍ ଅଧିକୃତ କଶ୍ମୀର କଥା ଆଦୌ ଉଠାଅ ନାହିଁ। ମଣିଶଙ୍କର ଆୟରଜୀ ଆପଣ ଯଦି ଡରୁଛନ୍ତି, ତା’ହେଲେ ଡରନ୍ତୁ। ରାହୁଲ ବାବା (ରାହୁଲ ଗାନ୍ଧି) ଯଦି ଡରୁଛନ୍ତି, ତା’ହେଲେ ଡରନ୍ତୁ। ଆମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା, ଆମେ ଭୟ କରୁନା। ମୁଁ ଏଠାରେ ଆଜି ଆଦିବାସୀ ଭାଇଭଉଣୀଙ୍କ ନିକଟରେ ପୂରା ଦୃଢ଼ତାର ସହିତ କହୁଛି ଯେ ପାକ୍ ଅଧିକୃତ କଶ୍ମୀର ଆମର ଥିଲା, ଆମର ଅଛି ଓ ଆମେ ତାକୁ ନିଶ୍ଚିତ ହାସଲ କରିବୁ।

କଂଗ୍ରେସ ଶାସନ କାଳରେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା। କେହି କିଛି କହୁ ନଥିଲେ। ଉରିରେ ପାକିସ୍ତାନ ଆକ୍ରମଣ କଲା। ଏହାର ୧୦ ଦିନ ପରେ ନରେନ୍ଦ୍ର ମୋଦି ଜବାବ ଦେଇଥିଲେ। ସର୍ଜିକାଲ ଷ୍ଟ୍ରାଇକ୍ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀମାନଙ୍କୁ ନିପାତ କରାଗଲା ବୋଲି ସେ କହିଛନ୍ତି।

Advertisment

ଇଣ୍ଡି ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଥିଲେ ଅମିତ ଶାହ। ଇଣ୍ଡି ମେଣ୍ଟକୁ ସେ ଘମଣ୍ଡିଆ ମେଣ୍ଟ ବୋଲି କହିଥିଲେ ଓ ସେମାନଙ୍କ ନେତା କିଏ ବୋଲି ପଚାରିଥିଲେ। ଇଣ୍ଡି ମେଣ୍ଟରେ ଥିବା ନେତାଙ୍କ ଭିତରୁ କେହି କ’ଣ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇପାରିବେ ବୋଲି ଶ୍ରୀ ଶାହ ପ୍ରଶ୍ନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe