Advertisment

ସାରା ଓଡ଼ିଶା ବୁଲିବେ NSS ସେଲର ଛାତ୍ରଛାତ୍ରୀ, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର।

ଅଦ୍ୟତନ ହୋଇଛି
NSS

NSS

Advertisment

NSS ସେଲର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ବୁଲାଇବ ସାରା ଓଡ଼ିଶା। ବିଭିନ୍ନ ପ୍ରାନ୍ତରେ ଥିବା ଦର୍ଶନୀୟ ସ୍ଥାନ ସହ ବିଶ୍ୱବିଦ୍ୟାଳୟ ବୁଲିବେ ଶିକ୍ଷାର୍ଥୀ। ନୂଆ ଏକ୍ସପୋଜର ପାଇଁ ବିଭାଗ ଏପରି ନିଷ୍ପତ୍ତି ନେଇଛି। 

Advertisment

ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା। ଯେଉଁଥିରେ ଜାତୀୟ ସେବା ଯୋଜନା ବା NSS ସେଲର ପ୍ରାୟ ୩୦୦ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳୀ ଓ ବିଶ୍ୱବିଦ୍ୟାଳୟ ବୁଲିବା ଆରମ୍ଭ କରିଛନ୍ତି। ଚାନ୍ଦିପୁର, ହରିଶଙ୍କର, ନୃସିଂହନାଥ, ମା ତାରିଣୀ ପୀଠ, କୋଣାର୍କ, ଫକୀର ମୋହନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନକୁ ଏମାନେ ଗସ୍ତ କରିବେ।

ଗୋଟିଏ ଅଞ୍ଚଳର ଛାତ୍ରଛାତ୍ରୀ ଭିନ୍ନ ପ୍ରାନ୍ତକୁ ଯିବେ। ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନ ଆହରଣ କରାଇବା। ୬ଟି ବସ୍ ଏଥିଲାଗି ନିୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଯାଏ ଚାଲିବ। ଗସ୍ତ ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି।

Advertisment

ତେବେ ଏଠି ପ୍ରଶ୍ନ ଯେ ଯେତେବେଳେ ପରୀକ୍ଷା ମୁଣ୍ଡ ଉପରେ ସେତେବେଳେ ପିଲାଙ୍କୁ ଦର୍ଶନୀୟ ସ୍ଥଳୀ ବୁଲେଇବାର ଉଦ୍ଦେଶ୍ୟ କ‘ଣ? ନିକଟରେ କଲେଜ କ୍ୟାମ୍ପସରେ ନୂଆ ଓ' କାର୍ଯ୍ୟକ୍ରମ ଶେଷ ହୋଇଛି। ଏହାପରେ ବି ଉଚ୍ଚଶିକ୍ଷା ବିଭାଗର ଓଡ଼ିଶା ଦର୍ଶନ ଯୋଜନାର 
ମାନେ କଣ?

ବିରୋଧୀ ଏଥିରୁ ରାଜନୀତିକ ଗନ୍ଧ ବାରିଛନ୍ତି।ବିରୋଧୀ ଏହାକୁ ଭୋଟ୍ ପଲିଟିକ୍ସର ରୂପ ଦେଇଛନ୍ତି। ନୂଆ ଭୋଟର ବିଜେଡିରୁ ମୁହଁ ଫେରାଉଥିବାରୁ ଦଳ କଳେବଳେ ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେପି ଓ କଂଗ୍ରେସ କହିଛନ୍ତି ନୂଆ ଏବଂ ଯୁବ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ସରକାର ଏହି ଭେଳିକି କରୁଛନ୍ତି। 

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ନୂଆ ଭୋଟରଙ୍କ ସଂଖ୍ୟା ହେଲା ସାଢେ ୭ ଲକ୍ଷରୁ ଅଧିକ। ଆଉ ଏହି ଯୁବ ବର୍ଗକୁ କ୍ୟାଂପସ୍ ସ୍ତରରୁ ପ୍ରଭାବିତ କରିବାକୁ ଶାସକ ଦଳ ଚେଷ୍ଟା କରୁଛି ବୋଲି ବିରୋଧୀ କହୁଛନ୍ତି। 

ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଓଡ଼ିଶା ଦର୍ଶନ ଯୋଜନା ପଛରେ କୌଣସି ଭୋଟ୍ ରାଜନୀତି ନାହିଁ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe