Advertisment

Nuapada Byelection: ମଇଦାନରେ ୧୪ ପ୍ରାର୍ଥୀ, ତ୍ରିମୁଖୀ ଲଢ଼େଇ

ନୂଆପଡ଼ା ଉପନିର୍ବାଚନରେ ୧୧ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲାବେଳେ ମୋଟ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି ।

Nuapada-Byelection

Nuapada Assembly Byelection

Advertisment

ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ମୋଟ ୧୪ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ଆଜି ନାମାଙ୍କନ ପତ୍ର ଯାଂଚ ଓ ପ୍ରତ୍ୟାହାରର ଅବଧି ଶେଷ ହେବାପରେ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୪ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ତେବେ ନୂଆପଡ଼ାରେ ବିଜେପି-କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Advertisment


ଚୂଡ଼ାନ୍ତ ତାଲିକାରେ ୧୪ ପ୍ରାର୍ଥୀ, ୫ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ


ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିଲେ ।  ଆବଶ୍ୟକ ଦସ୍ତାବିଜ୍ ଅଭାବରୁ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲାବେଳେ ମୋଟ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଏଥିରେ ୮ଜଣ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ୬ଟି ରାଜନୀତିକ ଦଳର ପ୍ରାର୍ଥୀ ରହିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ୧୧ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।


ତ୍ରିମୁଖୀ ଲଢ଼େଇ ସମ୍ଭାବନା


ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଅବଧି ଶେଷ ହେବାପରେ ନୂଆପଡ଼ା ଉପନିର୍ବାଚନ ମଇଦାନରେ ବିଜେପି,କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, କଂଗ୍ରେସର ଘାସିରାମ ମାଝୀ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରାର୍ଥୀପତ୍ର କାଏମ ରହିବା ସହ ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି ଓ ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା ମଧ୍ୟ ନିର୍ବାଚନ ମଇଦାନ(nuapada byelection) ରେ ରହିଛନ୍ତି ।
 ଅନ୍ୟ ଯେଉଁ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି ସେମାନେ ହେଲେ ଆଶ୍ରୟ ମହାନ୍ଦନ, ଚକ୍ରାନ୍ତ ଜେନା, ଭୁବନଲାଲ ସାହୁ, କିଶୋର କୁମାର ବାଗ, ନିତା ବାଗ,  ଲକ୍ଷ୍ମୀକାନ୍ତ ତାଣ୍ଡି, ଭକ୍ତବନ୍ଧୁ ଧରୁଆ ଓ ଲୋଚନ ମାଝୀ ।

Advertisment


ଯାଂଚ ପ୍ରକ୍ରିୟାରେ ୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ


ନାମାଙ୍କନ ପତ୍ର ଯାଂଚ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ଜଣାପଡ଼ିଛି । ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସମେତ ୩ ସ୍ୱାଧୀନ ପ୍ରାର୍ଥୀ କମଳ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଓ ଭୁଜବଳ ଅଡ଼ବଙ୍ଗ ସାମିଲ ଅଛନ୍ତି ।
 
ଆସନ୍ତା ନଭେମ୍ବର ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ନୂଆପଡ଼ାରେ ଏବେ ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ନିଜ ନିଜର ପ୍ରଚାର(Campaign) ଜୋରଦାର କରିବାରେ ଲାଗିଛନ୍ତି ।

Campaign nuapada byelection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe