
Congress Candidate Ghasiram-Majhi(middle)
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । କଂଗ୍ରେସ ପ୍ରଥମେ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାବେଳେ ଆଜି ନିର୍ବାଚନ ପରିଚାଳନା ପାଇଁ ୩୨ଜଣିଆ ୨ଟି କମିଟି ଗଠନ କରିଛି । ନିର୍ବାଚନ ଜିତିବା ପାଇଁ ଶାସକ ବିଜେପି ଓ କଂଗ୍ରେସ ଫୁଲଦମରେ ନିଜର କସରତ ଆରମ୍ଭ କରିଥିବାବେଳେ ବିଜେଡି ଜିଲ୍ଲା ବାହାରର ଜଣେ ନେତ୍ରୀଙ୍କୁ ଆଣି ନୂଆପଡ଼ାବାସୀଙ୍କ ଉପରେ ଲଦି ଦେଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।
କଂଗ୍ରେସ ଷ୍ଟିୟରିଂ କମିଟିରେ ସାଂସଦ ଓ ବିଧାୟକ
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଘାସିରାମଙ୍କୁ ଜିତାଇବା ପାଇଁ ଦଳ ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି । ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ୧୦ଜଣିଆ ଷ୍ଟୟରିଂ କମିଟି ଓ ୨୨ଜଣିଆ ମନିଟରିଂ କମିଟି ଗଠନ କରାଯାଇଛି ।
ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ତୁଲାଇବା ପାଇଁ ଗଠିତ ‘ନିର୍ବାଚନ ପରିଚାଳନା କମିଟି\'ରେ ୧୦ଜଣ ବରିଷ୍ଠ ନେତାଙ୍କୁ କଂଗ୍ରେସ ସାମିଲ କରିଛି । ଏଥିରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ୭ଜଣ ଦଳୀୟ ବିଧାୟକ ଅଶୋକ ଦାସ, ସାଗର ଚରଣ ଦାସ, କେ. ଆପ୍ପାଲା ସ୍ୱାମୀ, ସତ୍ୟଜିତ ଗମାଙ୍ଗ, ମଙ୍ଗୁ ଖିଲ୍ଲା, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକ ଓ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ସାମିଲ କରାଯାଇଛି । ଏହି କମିଟି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରର ସମସ୍ତ ଗତିବିଧି,ରାଲି, ସାଧାରଣ ସଭା ଏବଂ ନିର୍ବାଚନର ସାମଗ୍ରିକ ରଣନୀତି ଉପରେ ଗୁରୁତ୍ୱ ଦେବ।
ଭୋଟ୍ ପରିଚାଳନାର ଦାୟିତ୍ୱ ତୁଲାଇବ ୨୨ଜଣିଆ ମନିଟରିଂ କମିଟି
ନିର୍ବାଚନ ପରିଚାଳନା କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳ ‘ନିର୍ବାଚନ ମନିଟରିଂ କମିଟି\' ଗଠନ କରିଛି । ଏହି କମିଟିରେ ସମୁଦାୟ ୨୨ ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ( Congress Nuapada ) ନିର୍ବାଚନ ମଣ୍ଡଳୀରେ ବୁଥସ୍ତରରେ ପ୍ରଚାର କାର୍ଯ୍ୟର ତଦାରଖ କରିବା ସହ ଭୋଟରଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ଦିଗରେ କାର୍ଯ୍ୟ କରିବ ।
ଏହି କମିଟିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ: ଭରତ ବେମଲ, ବିନୋଦ ପାତ୍ର, କୃଷ୍ଣ ଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଅସିତ ପଟ୍ଟନାୟକ, ଦ୍ରୌପଦୀ ମାଝୀ, ବିଜୟାନନ୍ଦ ଚାଉଳିଆ, ସରୋଜ ପ୍ରଧାନ, ପିନାକୀ ନାରାୟଣ ଦାସ, ସେମ ହେମ୍ବ୍ରମ, ଜ୍ଞାନରଞ୍ଜନ ଦାସ, ଗଣେଶ ସାହୁ, ଅନିଲ ମେହେର, ଅଜିତ ଦାସ, ଜଳନ୍ଧର ନାଏକ, ଅଖିଳ ଭତ୍ରା, ଦିଗମ୍ବର ଦୁରିଆ, ନିର୍ମଳ ନାଏକ, ହରଦୀପ ସିଂହ, ପ୍ରଫୁଲ୍ଲ ମାଝୀ, ଅଙ୍କେତ୍ ସିଂଘେଇ ଓ ଫକୀର ଜଗତ ।
କଂଗ୍ରେସ ଏହି ଦୁଇଟି ଶକ୍ତିଶାଳୀ କମିଟି ଗଠନ କରି ନୂଆପଡ଼ା ଉପନିର୍ବାଚନ(nuapada byelection) କୁ ଜିତିବା ପାଇଁ ଜୋରଦାର କସରତ କରୁଥିବା ସ୍ପଷ୍ଟ ହୋଇଛି । ବିଜେଡି ଜିଲ୍ଲା ବାହାରରୁ ପ୍ରାର୍ଥୀ ଦେଇ ଆରମ୍ଭରୁ ସମର୍ପଣ କରିସାରିଥିବାରୁ ନୂଆପଡ଼ା ଉପନିର୍ବାଚନରେ ମୁଖ୍ୟ ଲଢ଼େଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
