Advertisment

Nuapada Byelection: ସରିଲା ନାମାଙ୍କନ ପତ୍ର ଦାଖଲ, ୧୧ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ ପ୍ରାର୍ଥୀ

ଶେଷଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୧ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Nuapada-Election-BJD-team

Nuapada Byelection

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷଦିନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । nuapada byelection ୧୧ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Advertisment


ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ନେହାଙ୍ଗିନୀ


ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଦଳୀୟ କର୍ମୀ, ନେତାମାନଙ୍କ ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ନୂଆପଡା ଅଂଚଳର ବିକାଶ ପାଇଁ ତାଙ୍କର ଯାତ୍ରା ଏବେ ଆରମ୍ଭ ହୋଇଛି ଏବଂ ସେ ଏହି ଅଂଚଳର ଜନସାଧାରଣଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ବିଗତ ୧୬ମାସ ମଧ୍ୟରେ ନୂଆପଡା ଏବଂ ସମଗ୍ର ଓଡ଼ିଶାରେ ବିକାଶ ଠପ୍ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।


୧୧ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୧୯ ପ୍ରାର୍ଥୀ

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଗତ ଶନିବାର ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଦୁଇ ଦଳୀୟ ପ୍ରାର୍ଥୀଙ୍କ ସମେତ ବିଜେଡିରୁ ସ୍ନେହାଙ୍ଗିନୀ ଓ ସମାଜବାଦୀ ପାର୍ଟିରୁ  ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିରୁ ରାଜାରାମ ସାହୁ , ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନା ଓ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ଅଛନ୍ତି ।
 ସେହିପରି ୧୧ଜଣ ସ୍ୱାଧୀନ ପ୍ରାର୍ଥୀ ହେଲେ ଆଶ୍ରୟ ମହାନନ୍ଦ, ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ, ଭକ୍ତବନ୍ଧୁ ଧରୁଆ, ନୀତା ବାଗ ଓ ଲକ୍ଷ୍ମୀକାନ୍ତ ତାଣ୍ଡି ନିଜର ନାମାଙ୍କନ ପତ୍ର (Nomination) ଦାଖଲ କରିଛନ୍ତି । 
 ଆସନ୍ତା ୨୪ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବାବେଳେ ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ।

Advertisment
Nomination nuapada byelection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe