Advertisment

ବିଜେଡି ଛାଡ଼ିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

youth bjd president of nuapada dist

youth bjd president of nuapada dist

Advertisment

ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ଲାଗିଛି ଶକ୍ତ ଝଟକା। ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

Advertisment

ସେ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରି ସୂଚନା ଦେଇଛନ୍ତି ହରିଶ୍ଚନ୍ଦ୍ର।

ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆସୁଥିଲେ ହରିଶ୍ଚନ୍ଦ୍ର । ମାତ୍ର ବିଜେଡି ଢୋଲକିଆଙ୍କୁ ହିଁ ପୁଣି ଟିକେଟ ଦେଲା ଦଳ। ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Advertisment

ଏନେଇ ସେ କହିଛନ୍ତି, ବହୁ ବିକ୍ଷୋଭ ସତ୍ତ୍ୱେ ଦଳ ସବୁବେଳେ ଆମକୁ ଅଣଦେଖା କରି ଆସୁଥିଲା। ବହୁ ବିରୋଧ କରିବା ସତ୍ତ୍ୱେ ଭ୍ରଷ୍ଟାଚାରୀ ବ୍ୟକ୍ତିକୁ ଟିକେଟ ଦେଲେ। ତେଣୁ ମୁଁ ବିଜେଡିର ସମସ୍ତ ଦାୟିତ୍ୱ ଓ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଉଛି।

ତେବେ ଏନେଇ ରାଜେନ୍ଦ୍ର ଢୋଲକିଆ କିମ୍ବା ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe