ଭୋଟ୍ ପାଇଁ ଟଙ୍କା ବାଂଟୁଛନ୍ତି ଏକ ନମ୍ବର ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ଶୈଳୀ ଆପଣାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Friday, 31 May 2024
  • , Updated: 31 May 2024, 10:46 PM IST

ବାଲେଶ୍ୱରର ରେମୁଣାଠାରେ ମିଶନ ଶକ୍ତି ଗୃହରେ ଟଙ୍କା ବଂଟା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜକୁ ଏକ ନମ୍ବର ବୋଲି ଦାବି କରୁଛନ୍ତି, ମାତ୍ର ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଂଟୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେଡିର ଅର୍ଥ ଓ ବାହୁବଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ ଆୟୋଗ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ଶୈଳୀ ଆପଣାଇଛି । ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଂଟାରେ ସରକାରୀ ଅଧିକାରୀମାନଙ୍କ ସମ୍ପୃକ୍ତି ଖବର ମଧ୍ୟ ନିନ୍ଦନୀୟ । ନିଜକୁ ଏକ ନମ୍ବର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ କିଭଳି ନିର୍ବାଚନୀ ଫାଇଦା ପାଇଁ ଅଗଣତାନ୍ତ୍ରିକ ଓ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି ତାହା ଜଣାପଡ଼ିଗଲା । ବିଜେଡିର ଏଭଳି କାର୍ଯ୍ୟରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରତି ଉପହାସ । ବିଜେଡିର ଅର୍ଥ ଓ ବାହୁବଳର ବ୍ୟବହାର ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିଛନ୍ତି ।

Related story