Advertisment

ଭୋଟ୍ ପାଇଁ ଟଙ୍କା ବାଂଟୁଛନ୍ତି ଏକ ନମ୍ବର ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ଶୈଳୀ ଆପଣାଇଛି।

Dharmendra pradhan And Naveen Patnaik

Dharmendra pradhan And Naveen Patnaik

Advertisment

ବାଲେଶ୍ୱରର ରେମୁଣାଠାରେ ମିଶନ ଶକ୍ତି ଗୃହରେ ଟଙ୍କା ବଂଟା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜକୁ ଏକ ନମ୍ବର ବୋଲି ଦାବି କରୁଛନ୍ତି, ମାତ୍ର ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଂଟୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେଡିର ଅର୍ଥ ଓ ବାହୁବଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ ଆୟୋଗ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Advertisment

ଶ୍ରୀ ପ୍ରଧାନ କହିଛନ୍ତି ଯେ,ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ଶୈଳୀ ଆପଣାଇଛି । ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଂଟାରେ ସରକାରୀ ଅଧିକାରୀମାନଙ୍କ ସମ୍ପୃକ୍ତି ଖବର ମଧ୍ୟ ନିନ୍ଦନୀୟ । ନିଜକୁ ଏକ ନମ୍ବର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ କିଭଳି ନିର୍ବାଚନୀ ଫାଇଦା ପାଇଁ ଅଗଣତାନ୍ତ୍ରିକ ଓ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି ତାହା ଜଣାପଡ଼ିଗଲା । ବିଜେଡିର ଏଭଳି କାର୍ଯ୍ୟରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରତି ଉପହାସ । ବିଜେଡିର ଅର୍ଥ ଓ ବାହୁବଳର ବ୍ୟବହାର ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିଛନ୍ତି ।

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe