ନବୀନ ନିବାସରେ ବିଜେଡି ଏଜେଣ୍ଟ ସାଜିଛନ୍ତି ଓଏଏସ୍ ରବି ସେଠୀ: ବିଜେପି

ଶ୍ରୀ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସୁଯୋଗ ସାଧାରଣ ଲୋକ ତ ଦୂରର କଥା ବିଜେଡିର ବରିଷ୍ଠ ନେତାମାନଙ୍କୁ ମଧ୍ୟ ମିଳେ ନାହିଁ

BJP

ବିଜେପି ନେତା ପ୍ରଭାସ ସିଂ

Ordigital Desk
  • Published: Tuesday, 23 April 2024
  • Updated: 23 April 2024, 09:43 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସଭବନ ଏବେ ବିଜେଡିର ଦଳୀୟ କାର୍ଯ୍ୟାଳୟ ସାଜିଛି ଓ କିଛି ସ୍ୱାର୍ଥନ୍ୱେଷୀ ସରକାରୀ ଅଫିସର ଖୋଲାଖୋଲି ଭାବେ ବିଜେଡିର ଏଜେଣ୍ଟ ବା କର୍ମୀ ସାଜି କାର୍ଯ୍ୟ କରୁଛନ୍ତି । ଏହି ସରକାରୀ ଅଫିସରମାନେ ଦଳୀୟ ଓ ରାଜନୀତିକ କାର୍ଯ୍ୟରେ ହସ୍ତକ୍ଷେପ କରି ଦଳର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛନ୍ତି ବୋଲି ବିଜେପି ନେତା ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ଅଭିଯୋଗ କରିଛନ୍ତି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର ସୁଯୋଗ ସାଧାରଣ ଲୋକ ତ ଦୂରର କଥା ବିଜେଡିର ବରିଷ୍ଠ ନେତାମାନଙ୍କୁ ମଧ୍ୟ ମିଳେ ନାହିଁ । ସେ ବରଗଡ଼ ବିଜେଡିର ଜିଲ୍ଲା ସଭାପତି ଥିଲେ । ଏକଥା ସେ ନିଜେ ଅନୁଭବ କରିଛନ୍ତି । ବିଜେଡିରୁ ଇସ୍ତଫା ଦେବା ପୂର୍ବରୁ ସେ ଦଳର ଜଣେ ଜିଲ୍ଲା ସଭାପତି ଭାବେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଇସ୍ତଫା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଥିଲେ। ଏଥିପାଇଁ ସେ ଗତ ୮ତାରିଖରେ ନବୀନ ନିବାସ ମଧ୍ୟ ଯାଇଥିଲେ । ମାତ୍ର ସେଠାରେ କାର୍ଯ୍ୟରତ ଓଏଏସ୍ ଅଫିସର ରବୀନ୍ଦ୍ର ସେଠୀ ତାଙ୍କୁ ଅଟକାଇଥିଲେ। ଆଉ ଇସ୍ତଫାପତ୍ର ଗ୍ରହଣ କରିଥିଲେ । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଜଣେ ସରକାରୀ ଅଫିସର କିଭଳି ବିଜେଡି କର୍ମୀ ଭଳି ଆଚରଣ କଲେ ତାହା ତାଙ୍କୁ ବ୍ୟଥିତ କରିଥିଲା । ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଇନବିରୋଧୀ । ଏନେଇ ସେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି ।

Also Read

ବିଜେଡି ପାଇଁ କିଛି ମୁଷ୍ଟିମେୟ ସରକାରୀ ଅଫିସର କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଏଥିରୁ ନିବୃତ୍ତ ନକରାଗଲେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବପର ହେବନି । ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଓଏଏସ୍ ଅଫିସର ରବୀନ୍ଦ୍ର ସେଠୀ ହେଉଛନ୍ତି ବିଜେଡିର ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ।

ବିଜେପି ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଫିସର ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଦୁଇଥର ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଅଭିଯୋଗ କରିଛି । ମାତ୍ର ଏପର୍ଯ୍ୟନ୍ତ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story