Advertisment

ଦେଶରେ ପ୍ରଥମ: ବିହାର ସରକାର ରିଲିଜ୍‌ କଲେ ଜାତି ଭିତ୍ତିକ ସର୍ଭେ ରିପୋର୍ଟ

ରାଜ୍ୟରେ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା କେବଳ ୧୫.୫%। ବିହାରର ମୋଟ ଜନସଂଖ୍ୟା ୧୩.୧ କୋଟିରୁ ଅଧିକ ବୋଲି ସର୍ଭେ ବେଳେ ଜଣାପଡ଼ିଛି।

Bihar

Bihar

Advertisment

ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ଜାରି କରିଛନ୍ତି। ବିହାର ସରକାର କରିଥିବା ଜାତି ଭିତ୍ତିକ ଜନଗଣନା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ୩୬% ଲୋକ ହେଉଛନ୍ତି ଅତ୍ୟନ୍ତ ପଛୁଆ ବର୍ଗର। ସେହିପରି ୨୭.୧% ଲୋକ ପଛୁଆ ବର୍ଗର ହୋଇଥିବା ବେଳେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସଂଖ୍ୟା ୧୯.୭% ଓ ରାଜ୍ୟରେ କେବଳ ୧.୭% ଅନୁସୂଚିତ ଜନଜାତି ବର୍ଗର ଲୋକ ରହୁଛନ୍ତି।

ରାଜ୍ୟରେ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା କେବଳ ୧୫.୫%। ବିହାରର ମୋଟ ଜନସଂଖ୍ୟା ୧୩.୧ କୋଟିରୁ ଅଧିକ ବୋଲି ସର୍ଭେ ବେଳେ ଜଣାପଡ଼ିଛି।

Advertisment

ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆସୁଥିବା ଯାଦବ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ। ସମସ୍ତ ଅତ୍ୟନ୍ତ ପଛୁଆ ଓ ପଛୁଆ ବର୍ଗର ଲୋକଙ୍କ ମଧ୍ୟରୁ ଯାଦବ ସଂପ୍ରଦାୟର ସଂଖ୍ୟା ୧୪.୨୭%।

ଏହାର ଅର୍ଥ ଓବିସି ବର୍ଗର ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ଆଗକୁ ଦାବି ତେଜି ପାରେ। ଏବେ ସମସ୍ତ ଓବିସି ସଂପ୍ରଦାୟର ଲୋକଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। ଏବେ ରାଜ୍ୟରେ ସେମାନଙ୍କ ସଂଖ୍ୟା ୬୩.୧% ରହିଛି।

ରାଜ୍ୟର ଡେଭଲପମେଣ୍ଟ କମିଶନର ବିବେକ ସିଂହ ଏହି ସର୍ଭେକୁ ସାର୍ବଜନୀନ କରିଛନ୍ତି। ରିପୋର୍ଟରେ ରାଜ୍ୟରେ କେଉଁ ଧର୍ମର ଲୋକ କେତେ ପ୍ରତିଶତ ଅଛନ୍ତି, ତା’ର ତଥ୍ୟ ମଧ୍ୟ ରହିଛି। ବିହାରରେ ହିନ୍ଦୁ ସଂପ୍ରଦାୟର ସଂଖ୍ୟା ୮୧.୯୯%, ମୁସଲମାନଙ୍କ ସଂଖ୍ୟା ୧୭.୭%, ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ୦.୦୫%, ଶିଖଙ୍କ ସଂଖ୍ୟା ୦.୦୧%, ବୌଦ୍ଧଙ୍କ ସଂଖ୍ୟା ୦.୦୮% ଓ ଅନ୍ୟ ଧର୍ମର ଲୋକଙ୍କ ସଂଖ୍ୟା ୦.୦୧୨%।

କୁଶୱାହା ଓ କୁର୍ମି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଯଥାକ୍ରମେ ୪.୨୭% ଓ ୨.୮୭% ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁର୍ମି ସଂପ୍ରଦାୟରୁ ଆସିଛନ୍ତି।

ରିପୋର୍ଟ ସାର୍ବଜନୀନ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ବିହାରରେ ହୋଇଥିବା ଜାତିଗତ ଜନଗଣନା ସମ୍ପର୍କରେ ଅବଗତ କରାଇବା ପାଇଁ ବିହାର ବିଧାନସଭାର ସମସ୍ତ ୯ ରାଜନୀତିକ ଦଳର ବୈଠକ ଡକାଯିବ। ସେମାନଙ୍କୁ ସର୍ଭେର ରେଜଲ୍ଟ ବିଷୟରେ ଜଣାଇ ଦିଆଯିବ। ଗାନ୍ଧି ଜୟନୀରେ ଏହା ଜାରି ହେବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।”

ବର୍ତ୍ତମାନ ସରକାରଙ୍କ ସମସ୍ତ ନୀତି ଓ ଆଭିମୁଖ୍ୟ ଏହି ସର୍ଭେ ତଥ୍ୟକୁ ସମ୍ମାନ ଦେଇ ଆଗକୁ ବଢ଼ିବ। ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଏହା ହେଉଛି ପରିଣାମ ବୋଲି ତେଜସ୍ୱୀ ଯାଦବ କହିଛନ୍ତି।

କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ରୋକଠୋକ ମନା କରି ଦେଇଥିଲେ। ଏହାପରେ ନୀତୀଶ କୁମାର ବିହାରରେ ଜାତିଗତ ଜନଗଣନା ହେବ ବୋଲି କହିଛନ୍ତି। ଏହାକୁ ନେଇ ବେଶ ବିବାଦ ହୋଇଥିଲା। କୋର୍ଟଙ୍କ ଯାଏ କଥା ମଧ୍ୟ ଯାଇଥିଲା। ହେଲେ ନୀତୀଶ କୁମାର ନିଜର ଘୋଷଣା ମୁତାବକ ଜାତିଗତ ଜନଗଣନା ଶେଷ କରି ଦେଖାଇଛନ୍ତି।

Bihar Nitish Kumar Caste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe