Advertisment

OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ବବି ପଦ ଛାଡିବା ପରେ ତାଙ୍କ ବିରୋଧରେ ବିଷ ଓଗାଳିଛନ୍ତ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଅର୍ଜୁନ ତ୍ରିପାଠୀ। ସେ ଅଭିଯୋଗ କରିଛନ୍ତି, ବବି ଓସିଏରେ ବ୍ୟାକଡୋର ଏଣ୍ଟ୍ରି କରିଥିଲେ। କ୍ରିକେଟ ପ୍ରତି ତାଙ୍କର କିଛି ଅବଦାନ ନାହିଁ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Babi Das

ଓସିଏ ସଭାପତି ପଦ ଛାଡିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଦୁଇ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଅପ୍ରତ୍ୟାଶିତ ଭାବରେ ପଦ ଛାଡ଼ିଛନ୍ତି ବିଜେଡିର ଏହି ଟାଣୁଆ ନେତା। ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଇସ୍ତଫା ପତ୍ର ଗୃହୀତ ହୋଇଛି। ତେବେ କାହିଁକି ଇସ୍ତଫା ଦେଲେ ବବି? କାରଣ କହିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ସଭାପତି ପଦ ଛାଡ଼ିଥିବା ସଂଜୟ ସୂଚନା ଦେଇଛନ୍ତି।

Advertisment

ଓସିଏ ସଂପାଦକ ସଞ୍ଜୟ ବେହେରା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ପଦକୁ ଆସିଥିଲେ। ତେବେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ବେଶୀ ସମୟ ଦେଇ ପାରୁନଥିଲେ। ଏବେ ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ସେଯାଏଁ ଦାୟିତ୍ୱ ସମ୍ଭାଳିବେ ଉପସଭାପତି ପଙ୍କଜଲୋଚନ ମହାନ୍ତି।

ସେପଟେ ବବି ପଦ ଛାଡିବା ପରେ ତାଙ୍କ ବିରୋଧରେ ବିଷ ଓଗାଳିଛନ୍ତ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଅର୍ଜୁନ ତ୍ରିପାଠୀ। ସେ ଅଭିଯୋଗ କରିଛନ୍ତି, ବବି ଓସିଏରେ ବ୍ୟାକଡୋର ଏଣ୍ଟ୍ରି କରିଥିଲେ। କ୍ରିକେଟ ପ୍ରତି ତାଙ୍କର କିଛି ଅବଦାନ ନାହିଁ। ଏପରିକି ଓସିଏର ଜରୁରୀ ବୈଠକରେ ମଧ୍ୟ ଯୋଗ ଦେଉନଥିଲେ। ଅନ୍ୟପଟେ ଓସିଏ ଆପେକ୍ସ କାଉନସିଲ ମେମ୍ବର ତଥା ଅନୁଗୋଳ ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ କହିଛନ୍ତି, କିଏ ଛାଡିଲେ ବି ଓସିଏ ବନ୍ଦ ହୋଇଯିବନି। ତେବେ ଏସବୁ ଅଭିଯୋଗ ଉପରେ ବବିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment

୨୦୨୨ ଅକ୍ଟୋବରରେ ଓସିଏ ସଭାପତି ଦାୟିତ୍ୱ ସମ୍ଭାଳିଥିଲେ ବବି। ଦୀର୍ଘ ବର୍ଷ ହେବ ଓସିଏ ସହ ଅନ୍ୟାନ୍ୟ କ୍ରୀଡା ସଂଗଠନ ବିଜେଡି ଅକ୍ତିଆରରେ ଥିଲା। ଦଳ କ୍ଷମତାରୁ ଯିବା ପରେ କ୍ରୀଡା ସଂଗଠନଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ଫୁଟବଲ୍‌ ଆସୋସିଏସନ୍‌ ଅଫ ଓଡ଼ିଶା(ଫାଓ) ସଭାପତି ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ। ସମାନ ଢଙ୍ଗରେ ବବି ଛାଡିଛନ୍ତି ଓସିଏ ସଭାପତି ପଦ। ଏବେ ନଜର କିଏ ହେବେ ଓସିଏର ନୂଆ ସଭାପତି? ଚର୍ଚ୍ଚା ହେଉଛି ଏହି ରେସରେ ଆଗରେ ଅଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ।

BjD Cuttack Cricket Oca Pranab Prakash Das