Advertisment

ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ ଥିବା କହିଲେ ପ୍ରଧାନମନ୍ତ୍ରୀ ମୋଦି

ରାଜ୍ୟ ବିଜେପି କ୍ଷମତାସୀନ ବିଜେଡି ବିରୋଧରେ ଲଢ଼ିବାକୁ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି।

Pm Modi

Pm Modi

Advertisment

ଦେଶ ଓ ରାଜ୍ୟରେ ଏବେ ନିର୍ବାଚନ ଋତୁ ଚାଲିଛି। ୨୦୨୪ ମହାସଂଗ୍ରାମ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଓଡ଼ଆ ଅସ୍ମିତା ଏବେ ସଙ୍କଟରେ ରହିଛି। ରାଜ୍ୟ ବିଜେପି କ୍ଷମତାସୀନ ବିଜେଡି ବିରୋଧରେ ଲଢ଼ିବାକୁ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି। ସେହିପରି ଆଜି ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡିକୁ ଟାର୍ଗେଟ କରିବା ବେଳେ ବାହାର ଲୋକଙ୍କୁ ଓଡ଼ିଶା ସରକାର ପ୍ରଶ୍ରୟ ଦେଉଛନ୍ତି ବୋଲି କହିଥିଲେ। ଏହାକୁ ନେଇ ବିଜେଡି ବ୍ୟାକଫୁଟରେ ଥିବା ବେଳେ ଆଜି ମୋଦି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଆହୁରି ତୀବ୍ର କରିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶା ସଂକ୍ରାନ୍ତ ପ୍ରଶ୍ନରେ ମୋଦି କହିଛନ୍ତି, “ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ ଅଛି। ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଉଥିଲା। ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରଛନ୍ତି।

Advertisment

ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା। ଓଡ଼ିଶାର ପୂରା ଅସ୍ମିତା ଏବେ ଶେଷ ହେବାକୁ ବସିଛି। ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।

ପ୍ରାକୃତିକ ସଂପଦରେ ଭରପୂର ରହିଛି ଓଡ଼ିଶା। ଏତେ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା। କିନ୍ତୁ ଓଡ଼ିଶାର ସ୍ଥିତି ଏବେ କଣ ଆପଣ ଦେଖୁଥିବେ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର। ଆମକୁ ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ।”

ଏହାବାଦ ମୋଦି ଉକ୍ତ ସାକ୍ଷାତକାରରେ କଂଗ୍ରେସ ସମ୍ପର୍କରେ ମଧ୍ୟ ରଖି ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ୨୦୪୭ ବିକଶିତ ଭାରତ କଥା ଦୋହରାଇଛନ୍ତି।

Odisha BjD Bjp Odisha Politics PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe