Advertisment

ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଏବେ ସଙ୍କଟରେ : ବିଜେପି

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମାତୃଭାଷା ଆମର ଅସ୍ମିତା ଓ ସ୍ୱାଭିମାନ।

Sidhant Mohapatra

Sidhant Mohapatra

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ବର୍ଷ ଧରି ଶାସନରେ ରହି ମଧ୍ୟ ଓଡ଼ିଆ ନକହିପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେଉଛି। ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଏବେ ସଙ୍କଟରେ ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମାତୃଭାଷା ଆମର ଅସ୍ମିତା ଓ ସ୍ୱାଭିମାନ। ଯଦି ମୁଁ ନିଜ ମାତୃଭାଷା କହିପାରୁନି ବା ତା'ପ୍ରତି ମୋର ସ୍ନେହ, ମମତା ଓ ଦରଦ ନାହିଁ ତାହାଲେ ଅସ୍ମିତା କିମ୍ବା ସ୍ୱାଭିମାନ କେଉଁଠି ରହିଲା? ଯାହାଙ୍କୁ ଓଡ଼ିଶାବାସୀ ଭଲ ପାଇ ନିରଙ୍କୁଶ ଭାବେ ନିର୍ବାଚିତ କରି ଦୀର୍ଘ ୨୪ ବର୍ଷ ଧରି ରାଜସିଂହାସନରେ ବସାଇଲେ. ତାଙ୍କର ମାତୃଭାଷା ପ୍ରତି ଦରଦ ନଥିବା କାରଣରୁ ଆଜି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ ବ୍ୟଥା ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନରେ ରହିବି ଓଡିଆ ନକହି ପାରିବା ଓଡ଼ିଶାବାସୀଙ୍କ ମନକୁ କଷ୍ଟ ଦେବା ସହ ଆଘାତ ଦେଉଛି। ଆଜିବି ମୁଖ୍ୟମନ୍ତ୍ରୀ ଦୁଇପଦ ଓଡ଼ିଆରେ କଥା କହିବା ପାଇଁ ରୋମାନ ଇଂରାଜୀ ଲିପିର ସାହାଯ୍ୟ ଓ ସହଯୋଗ ନେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କହୁଛନ୍ତି। ତାଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ କ'ଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ଗତ ୧ ତାରିଖ ଦିନ ପାଳିତ ହୋଇଥିବା ପବିତ୍ର ‘ଉତ୍କଳ ଦିବସ' ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସୁଆଣ୍ଡୋକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମୟ ହେଲାନି। ଯାହାଙ୍କର ଗାଥା ଶୁଣିକି ବଡ଼ ହୋଇଛେ ସେ ଜାଗାକୁ ଯିବା ପାଇଁ ଗୋଟିଏ ମିନିଟର ସମୟ ହେଲାନି ମୁଖ୍ୟମନ୍ତ୍ରୀଙ୍କୁ। ସେ ଏଥିପାଇଁ ନିଜ ପ୍ରତିନିଧି ଭାବେ ଜଣେ ନୀଳ ବର୍ଣ୍ଣ ଶୃଗାଳଙ୍କୁ ପଠାଇଲେ। କାହିଁକି ତାଙ୍କ ସରକାରରେ କ'ଣ ଯୋଗ୍ୟ ଲୋକ ନଥିଲେ ନା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନଥିଲା? ସେହିପରି ବଡ଼ ବଡ଼ ଘୋଷଣା ଓ ହୋର୍ଡିଂ ଲଗାଇ ଭାଷା ସମ୍ମିଳନୀ ଆୟୋଜନ କରାଗଲା, କିନ୍ତୁ ଓଡିଆ ବରପୁତ୍ରଙ୍କ ନାମ ଠିକ୍‌ଭାବେ ଉଚ୍ଚାରଣ କରିପାରିଲେ ନାହିଁ। କାନ୍ତକବିଙ୍କୁ ‘କଣ୍ଠକବି' ବୋଲି କହିବା ଆଜିର ଓଡ଼ିଆ ଭାଷାର ସ୍ଥିତି। ଏପରି କରି ରାଜ୍ୟ ସରକାର କେବଳ ମହାନ କବିଙ୍କୁ ଉପହାସ କରିନାହାନ୍ତି ବରଂ ଓଡ଼ିଆ ଭାବାବେଗକୁ କୁଠାରଘାତ କରିଛନ୍ତି। "ଭାଷା ଅତୀତର ଅସ୍ତିତ୍ୱ ଓ ଭାଷା ଭବିଷ୍ୟତ’, ଓଡିଆ ଭାଷା ଆଜି ସଂକଟରେ ! ଏହାଠୁ ବଡ ଦୁର୍ଭାଗ୍ୟ କଣ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment

ଓଡ଼ିଆ ଭାଷାର ସଠିକ ଉଚ୍ଚାରଣ ଏବଂ ପ୍ରଚାରପ୍ରସାର ପାଇଁ ଖୋଲାଯାଇଥିବା ଭାଷା ପ୍ରତିଷ୍ଠାନରେ ଦୀର୍ଘ ୧୦ ବର୍ଷ ଧରି ସଂଯୋଜକ ଏବଂ ସହସଂଯୋଜକ ପଦବୀ ଖାଲି ପଡିଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ସତ୍ୱେ ଏହାକୁ ଏକ କେବଳ ସାଙ୍କେତିକ ଭାଷା ଭଳି ପ୍ରୟୋଗ କରାଯାଉଛି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରି ଜନମାନସରେ ଆଦୃତ କରାଇବାର ଦାୟିତ୍ୱ ଏବଂ କର୍ତବ୍ୟ ହେଉଛି ରାଜ୍ୟ ସରକାରଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା ପ୍ରତି ମୋହ, ମାୟା ଓ ମମତା ନଥିବା କାରଣରୁ ଆଜି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ସଂକଟରେ ପଡିଛି। ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭୀମାନ ଆଜି ସଂକଟରେ। ଏଭଳି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ। ଭାରତୀୟ ଜନତା ପାଟି ଶାଣିତ ସ୍ୱର ଉଠାଇବା ସହ କୁଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଲଢ଼େଇ ଜାରି  ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe