Advertisment

‘ଓଡ଼ିଶାରେ ବିଜେପି ସରକାର କରିବ’

ଡବଲ ଇଂଜିନ ସରକାର ଦରକାର ବୋଲି ରାଜନାଥ କହିଛନ୍ତି।

ଅଦ୍ୟତନ ହୋଇଛି
Defence Minister, Rajnath Singh

Defence Minister, Rajnath Singh

Advertisment

‘ଓଡ଼ିଶାରେ ବିଜେପି ସରକାର କରିବ। ଡବଲ ଇଂଜିନ ସରକାର ହେବ।’ ନବରଙ୍ଗପୁରରେ ବିଜେପି ପକ୍ଷରୁ ଆୟୋଜିତ କୋର୍ କମିଟି ବୈଠକରେ ଏପରି ଆହ୍ୱାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହାସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିଜ ଅଭିଭାଷଣରେ କ’ଣ କହିଛନ୍ତି, ସଂକ୍ଷେପରେ ପଢ଼ନ୍ତୁ।

Advertisment
  • ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି।
  • କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ।
  • ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି।
  • ସେତେବେଳେ ଆତଙ୍କବାଦ, ନକ୍ସଲବାଦ, ଆତଙ୍କ ସର୍ବତ୍ର ରହିଥିଲା।
  • ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି।
  • ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି।
  • ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି।
  • ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି।
  • ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର।
  • ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ।
  • ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର।
  • ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ।
  • ବିଶ୍ୱସନୀୟତା ସଂକଟକୁ ଚାଲେଂଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ।
  • ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ।
  • କହିଥିଲୁ ୩୭୦ ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ।
  • ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ।
  • ଆମେ ରାଜନୀତି କରୁଛୁ କେବଳ ଦେଶ ଗଠନ ପାଇଁ।
  • କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି।
  • ବିଶେଷକରି ଗରିବ ଲୋକଙ୍କୁ ଧୋକା ଦେଇଛି କଂଗ୍ରେସ।
  • ମୋଦି ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି।
  • ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪ କୋଟିଙ୍କୁ ପକ୍କା ଘର ମିଳିଛି।
  • ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି।
  • କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା।
  • ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି।
  • ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳୁଛି।
  • ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି।
  • ଏଠାରେ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି।
  • ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ।
  • ଓଡ଼ିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରି ଚାଲିଥିଲା।
  • ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି।
  • ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦ୍‌ଘାଟନ ବି କରୁଛନ୍ତି।
  • କାର୍ଯ୍ୟକର୍ତ୍ତାଙ୍କୁ ଦୈନିକ ୧୨ ଘଣ୍ଟା ଦେବାକୁ କହିଲେ ରାଜନାଥ।
  • ଦଳ ପାଇଁ ୧୨ ଘଣ୍ଟା, ପରିବାର ପାଇଁ ୧୨ ଘଣ୍ଟା ଦିଅନ୍ତୁ।
  • ଯେଉଁ କାମ ପୂରଣ ହୋଇନି, ମୋଦିଙ୍କ ୩ୟ ପାଳିରେ ନିଶ୍ଚିତ ହେବ।
  • ରାଜନୈତିକ ବିଶ୍ଳେଷକ କହିଲେଣି ଏଠି ବି ଆମ ସରକାର ହେବ।
  • କେନ୍ଦ୍ରରେ ତ ଆମ ସରକାର ହେବ, ଏଠି ବି ଆମ ସରକାର ହେବ।
  • କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତ୍ତା ପଛଘୁଞ୍ଚା ଦିଅନ୍ତୁ ନାହିଁ।
State Bjp Rajnath Singh Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe