ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
Also Read
ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି, କର୍ମଜୀବୀ ମହିଳାମାନଙ୍କର ବହୁ ଦିନରୁ ଛୁଟି ପାଇଁ ଦାବି ହୋଇ ଆସୁଥିଲା। ଆଜି ଉପମୁଖମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ଏହା ଏକ ସୁନ୍ଦର ଓ ଅଭିନବ ପଦକ୍ଷେପ। ସେଥିପାଇଁ ଉପ ମୁଖମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହେଲେ ବୈଜୟନ୍ତ
ଝାରସୁଗୁଡ଼ା କାର୍ଯ୍ୟକ୍ରମ ପରେ ଶ୍ରୀ ପଣ୍ଡା ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ସୁନ୍ଦରଗଡ଼ ରିଜର୍ଭ ପୁଲିସ୍ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ଜିଲ୍ଲା ବିଜେପି ସଭାପତି କୁସୁମ ଟେଟେ ଓ ତାଙ୍କ ସମର୍ଥକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
Politics
୪୨ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଡୋଡାରେ ମୋଦି: ଏନସି, ପିଡିପି ଓ କଂଗ୍ରେସକୁ ଧୋଇଲେ
ସେ ୪୨ ବର୍ଷ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରର ଡୋଡାରେ କୌଣସି ରାଲି କରି ଇତିହାସ ରଚିଛନ୍ତି।
Politics
ଖଣି ଲୁଟ୍ ପାଇଁ ସାହାଣମେଲା କରିଦେଇଥିଲେ ବିଜେଡି ସରକାର, ଧରିଲେ ସିଏଜି ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି
ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଖଣି ଲିଜ, ପରମିଟ, ଲାଇସେନ୍ସ ମିଆଦ ବୃଦ୍ଧି ଓ ଅନୁମୋଦନ, ଲିଜଧାରୀଙ୍କ ଦ୍ୱାରା ଖଣିଜ ପଦାର୍ଥର ପ୍ରେରଣ ଓ ବିକ୍ରି ରିପୋର୍ଟ, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସାରେ ଖଣି ଗତିବିଧିର ନିୟନ୍ତ୍ରଣ, ଖଣି ରାଜସ୍ୱର ଆକଳନ ଓ ଆଦାୟ ଏବଂ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଆଦିର ସମୀକ୍ଷାବେଳେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।
Politics
ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା ବାନାର୍ଜୀ, 'ମୁଁ ଏଠାକୁ ତୁମ ଦିଦି ହୋଇ ଆସିଛି...'
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ହଠାତ୍ ଆନ୍ଦୋଳନସ୍ଥଳ ପରିଦର୍ଶନ କରି ଜୁନିୟର ଡାକ୍ତରଙ୍କୁ ଭେଟିଛନ୍ତି।
Politics
'ରାହୁଲ ଗାନ୍ଧି ମୁସଲିମ ନା ଖ୍ରୀଷ୍ଟିଆନ?'
ରାହୁଲ ଗାନ୍ଧିଙ୍କ ଜାତି ଏବଂ ସମ୍ପ୍ରଦାୟକୁ ନେଇ ଏପରି ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକ ବିଜେପି ବିଧାୟକ ବସନଗୌଡା ପାଟିଲ ୟନ୍ତନାଲ।