ମୈଦାନରେ ହେବ ଡାକ୍ତର-ଇଞ୍ଜିନିୟର ଫାଇଟ୍ ! | Odisha Reporter
ଧାମନଗର ଆସନରୁ ଡାକ୍ତର ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ତେଜୁଛି ରାଜନୀତି । ଡାକ୍ତରରୁ ବିଜେଡି ବିଧାୟକ ପ୍ରାର୍ଥୀ ଆଉ ଇଞ୍ଜିନିୟରରୁ ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ଦଳ ରିପିଟ କରିବା ପରେ ରୋଚକ ସ୍ଥିତିରେ ଧାମନଗର ରାଜନୀତି । ଉପନିର୍ବାଚନ ପରଠୁ ଘର ଘର ବୁଲି ସଂଗଠନ ସୁଦୃଢ଼ କରିବାରେ ବ୍ୟସ୍ତ ସୂର୍ଯ୍ୟ । ବିଜେଡି ଟିକେଟ ଆଶାରେ ଦୀର୍ଘଦିନରୁ ଗଡ଼ ସଜାଡ଼ିବାରେ ଲାଗିପଡ଼ିଥିଲେ ସଞ୍ଜୟ । ଦେଢ଼ ବର୍ଷରେ ଲୋକଙ୍କ ଭଲ ପାଇବା ସାଉଁଟିଥିବା ସୂର୍ଯ୍ୟଙ୍କୁ ଚେକ୍ ଦେଇପାରିବ ତ ବିଜେଡି ? ଉପନିର୍ବାଚନରେ ହେଭିଓ୍ବେଟ ନେତାଙ୍କ ପ୍ରଚାର ପରେ ବି ବାଜି ମାରିଥିଲେ ସୂର୍ଯ୍ୟବଂଶୀ ସୂରଜ । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ଉପରେ କାମ କରିବ ତ ବିଜେଡି ଗଣିତ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
