Advertisment

ମୈଦାନରେ ହେବ ଡାକ୍ତର-ଇଞ୍ଜିନିୟର ଫାଇଟ୍ !

ଉପନିର୍ବାଚନରେ ବିଜେଡିର ହେଭିଓ୍ବେଟ ନେତାଙ୍କ ପ୍ରଚାର ପରେ ବି ବାଜି ମାରିଥିଲେ ସୂର୍ଯ୍ୟବଂଶୀ ସୂରଜ ।

ଅଦ୍ୟତନ ହୋଇଛି
Advertisment

ଧାମନଗର ଆସନରୁ ଡାକ୍ତର ସଞ୍ଜୟ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ତେଜୁଛି ରାଜନୀତି । ଡାକ୍ତରରୁ ବିଜେଡି ବିଧାୟକ ପ୍ରାର୍ଥୀ ଆଉ ଇଞ୍ଜିନିୟରରୁ ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ଦଳ ରିପିଟ କରିବା ପରେ ରୋଚକ ସ୍ଥିତିରେ ଧାମନଗର ରାଜନୀତି । ଉପନିର୍ବାଚନ ପରଠୁ ଘର ଘର ବୁଲି ସଂଗଠନ ସୁଦୃଢ଼ କରିବାରେ ବ୍ୟସ୍ତ ସୂର୍ଯ୍ୟ । ବିଜେଡି ଟିକେଟ ଆଶାରେ ଦୀର୍ଘଦିନରୁ ଗଡ଼ ସଜାଡ଼ିବାରେ ଲାଗିପଡ଼ିଥିଲେ ସଞ୍ଜୟ । ଦେଢ଼ ବର୍ଷରେ ଲୋକଙ୍କ ଭଲ ପାଇବା ସାଉଁଟିଥିବା ସୂର୍ଯ୍ୟଙ୍କୁ ଚେକ୍ ଦେଇପାରିବ ତ ବିଜେଡି ? ଉପନିର୍ବାଚନରେ ହେଭିଓ୍ବେଟ ନେତାଙ୍କ ପ୍ରଚାର ପରେ ବି ବାଜି ମାରିଥିଲେ ସୂର୍ଯ୍ୟବଂଶୀ ସୂରଜ । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ଉପରେ କାମ କରିବ ତ ବିଜେଡି ଗଣିତ ? 

Advertisment
Bjp Bhadrak BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe