ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ଫଶିଗଲେ ଅରୁଣ ସାହୁ

  • Published: Thursday, 29 August 2024
  • , Updated: 29 August 2024, 04:53 PM IST

ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡିବା ଓ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ ସାହୁ । ତେବେ ଏହି ପ୍ରଶ୍ନର ଉତ୍ତର ବେଳେ ପୂର୍ବ ବିଜେଡି ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ମନ୍ତ୍ରୀ କହିଥିଲେ, ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।

Related story