Advertisment

ଦିନଟେ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ

ନୂଆଖାଇକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଜୋରଦାର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର। ଦିନଟିଏ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ। ନୂଆଖାଇକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ସରକାର ପୂର୍ବର ଘୋଷଣା କରିଥିଲେ। ତେବେ ଏହାକୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ। ତା’ ପୂର୍ବରୁ ୨୧ ତାରିଖରେ ଏଥିପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହେବ। 

କଂଗ୍ରେସ ଓ ବିଜେପି ବିଧାୟକମାନେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ। ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଥିବା ବେଳେ ସରକାର ସେହି ସମୟରେ ଅର୍ଥାତ୍ ତା’ ପରଦିନ ବାଚସ୍ପତି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବିରୋଧ କରିଥିଲେ। ଏହା ପଶ୍ଚିମ ଓଡ଼ିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପ୍ରତିଫଳନ ବୋଲି ସେମାନେ କହିଥିଲେ।

Advertisment
Bjp Speaker Of Odisha Assembly Congress Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe