/odisha-reporter/media/post_attachments/uploadimage/library/16_9/16_9_0/IMAGE_1719157664.jpg)
Mohan Charan Majhi
ରାଜ୍ୟରେ ବିଜେପି ସରକାର କରିବା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚଳଚଞ୍ଚଳ ଦିଲ୍ଲୀର ଆବାସିକ କାର୍ଯ୍ୟାଳୟ। ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଟକୁ ସାଜସଜା କରାଯାଇଛି। ଓଡ଼ିଶା ଭବନର ମୁଖ୍ୟ ଫାଟକକୁ ଫୁଲରେ ସଜା ଯାଇଛି। ଆଲୋକ ମାଲାରେ ଓଡ଼ିଶା ଭବନକୁ ସଜା ଯାଇଛି।
Advertisment
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି। ସେଥିପାଇଁ ଆମେ ଦିଲ୍ଲୀ ଯାଉଛୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବୁ। ବିକଶିତ ଓଡ଼ିଶା ରୋଡ ମ୍ୟାପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଶ୍ରୀସିଂହଦେଓ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
