Advertisment

ମନମୋହନଙ୍କ ନୂଆ ଟିମ୍‌; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ

ବିଜେପି ନୂଆ ଟିମ୍‌କୁ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ଅଦ୍ୟତନ ହୋଇଛି
manmohan-n

manmohan-n

Advertisment

ରାଜ୍ୟ ବିଜେପିର ନୂଆ ଟିମ୍ ଗଠନ ହୋଇଛି। ବିଜେପି ରାଜ୍ୟ ପଦାଧିକାରୀଙ୍କ ୩୫ ଜଣିଆ କାର୍ଯ୍ୟକର୍ତ୍ତା ତାଲିକା ଜାରି ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଏହା ସହ ମନମୋହନଙ୍କ ନୂଆ ଟିମ୍‌ରେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ସଭାପତିଙ୍କ ନାମ ମଧ୍ୟ ରହିଛି। 

Advertisment

ରାଜ୍ୟ ବିଜେପିର ଉପସଭାପତି ତାଲିକାରେ ଅଛନ୍ତି- ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ତାଲିକାରେ ଅଛନ୍ତି - ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ଶ୍ରୀମତି ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି।

Advertisment

ରାଜ୍ୟ ବିଜେପିର ସମ୍ପାଦକ ତାଲିକାରେ ଅଛନ୍ତି - ରମେଶ ଚନ୍ଦ୍ର ସାହୁ,ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତି ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀମତି କସ୍ତୁରୀ ମିଶ୍ର, ଶ୍ରୀମତି ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟ।

ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହେଲେ ଡକ୍ଟର ଐଶ୍ଚର୍ଯ୍ୟା ବିଶ୍ୱାଳ, କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ମିଳିଛି ନିଯୁକ୍ତି।

ଏସଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସ୍‌ସି ମୋର୍ଚ୍ଚା ସଭାପତି ଭାବେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ।

ବିଜେପି ପକ୍ଷରୁ ଜାରି ନୂଆ ତାଲିକାରେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ପୁରୋହିତଙ୍କୁ ଏହି ତାଲିକାରେ ସାମିଲ କରାଯାଇନି। ସେମାନେ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ନିମନ୍ତେ ଆଲୋଚନା ହେଉଥିବାରୁ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ବିତାଇବାକୁ ସେମାନଙ୍କୁ ଦଳୀୟ ଦାୟିତ୍ୱରୁ ମୁକ୍ତ ମିଳିଛି।

ବିଜେପି ନୂଆ ଟିମ୍‌କୁ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଏହି କମିଟି ପୂରା ଦମ୍‌ରେ କାମ କରି ଦଳକୁ ମଜଭୁତ କରିବ। ଆସନ୍ତା ଥର ହେବାକୁ ଥିବା ନିର୍ବାଚନ ଜିତି ସରକାର ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରହିବ। ଦଳର ବିଭିନ୍ନ ପଦ ପଦବୀରେ ସାମିଲ ହୋଇଥିବା କର୍ମକର୍ତ୍ତା ଦୀର୍ଘ ଦିନ ହେଲା ବିଜେପି ସହ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନ ବୈତରଣୀ ପାର କରିବ।

ସେ ଆହୁରି କହିଛନ୍ତି, ଗୃହ ମନ୍ତ୍ରୀ ଅମିତ ଶାହ ଆଜି ରାତିରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନୂଆ ଟିମ୍‌ ତାଙ୍କୁ ଭେଟିବ। ସେ ନୂଆ ଟିମ୍‌କୁ ଉତ୍ସାହିତ କରିବା ସହ ଆସନ୍ତା ନିର୍ବାଚନ ନିମନ୍ତେ ଗୁରୁମନ୍ତ୍ର ଦେବେ। ଅମିତ ଶାହଙ୍କ ଗସ୍ତ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଥିବା ବେଳେ ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ରଣନୀତି କରାଯିବ।

୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିରୋଧୀ ଓ ଶାସକ ଦଳ ଭିତରେ ରାଜାନୈତିକ ଉଷ୍ଣତା ଦେଖିବାକୁ ମିଳୁଛି। ବିରୋଧୀ ଓ ଶାସକ ଦଳ ନିଜ ନିଜ କର୍ମକର୍ତ୍ତାଙ୍କୁ ନେଇ ମାନସ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ କରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକ ସୁଶାସନ ବିଷୟରେ ବୁଝାଉଥିବା ବେଳେ ଅନ୍ୟପକ୍ଷରେ କେନ୍ଦ୍ରର ହେଭିୱେଟ୍‌ଙ୍କ ବାରମ୍ବାର ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି।

State Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe