Advertisment

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୁଲିସ କମିଶନରଙ୍କୁ ଭେଟିଲା ବିଜେପି ଟିମ୍‌

ବିଜେପି ପ୍ରତିନିଧି ଦଳ ଆଜି ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କୁ ଭେଟି ଶ୍ରମମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ଅଭିଯୁକ୍ତ ମନ୍ତ୍ରୀ  ବିଜୁ ଜନତା ଦଳର ବୋଲି ତାଙ୍କୁ ଖସି ଯିବାକୁ ପୁଲିସ ସୁଯୋଗ ଓ ସହଯୋଗ କରିବା ସହ ଗଳାବାଟ କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ।

BJP

BJP

Advertisment

ଯୌନ ନିର୍ଯାତନାରେ ସମ୍ପୃକ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ହେବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଦାବି କରି ବିଜେପିର ଏକ ଟିମ୍ ଆଜି ପୁଲିସ କମିଶନରଙ୍କୁ ଭେଟିଛନ୍ତି। ଅଭିଯୋଗର ୯ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହିଁକି ନିରବ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି ।

Advertisment

ବିଜେପି ପ୍ରତିନିଧି ଦଳ ଆଜି ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କୁ ଭେଟି ଶ୍ରମମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ଅଭିଯୁକ୍ତ ମନ୍ତ୍ରୀ  ବିଜୁ ଜନତା ଦଳର ବୋଲି ତାଙ୍କୁ ଖସି ଯିବାକୁ ପୁଲିସ ସୁଯୋଗ ଓ ସହଯୋଗ କରିବା ସହ ଗଳାବାଟ କରୁଛି, ଯାହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକ ଓ ବିଜୁ ଜନତା ଦଳର ନେତାମନ୍ତ୍ରୀମାନଙ୍କ ପାଇଁ ଆଇନ ଅଲଗା କାହିଁକି ।

ମହିଳାମାନଙ୍କୁ ସମ୍ମାନର କଥା କହି ବିଜେଡି ଶାସନକୁ ଆସୁଛି, କିନ୍ତୁ କ୍ଷମତାସୀନ ହେବା ପରେ ମହିଳାଙ୍କ ସୁରକ୍ଷା ତ ଦୂରର କଥା,ମହିଳାମାନେ ସମ୍ମାନ ସହ ବଂଚିବା ପାଇଁ ମଧ୍ୟ ଅସମର୍ଥ ହୋଇଯାଉଛନ୍ତି । ଅତୀତରେ ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସମୀର ଦାଶଙ୍କ ସମେତ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବର୍ତ୍ତମାନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପୁଲିସ ନିଜେ ସୁରକ୍ଷା ଦେଉଛି । ଜାଣିଶୁଣି ପୁଲିସ ଘଟଣାର ତଦନ୍ତ କରୁନାହିଁ, ଅପରାଧୀ ମାମଲା ରୁଜୁ କିମ୍ବା ଆଇନଶୃଙ୍ଖଳା ରକ୍ଷା ଭଳି କାର୍ଯ୍ୟ କରୁନାହିଁ । କେବଳ ବିଜୁ ଜନତା ଦଳକୁ କ୍ଷମତାରେ ରଖିବା ପାଇଁ ପୁଲିସ କାମ କରୁଛି । ଏନେଇ ପ୍ରତିବାଦ କରିବାରୁ ଶାସକ ବିଜେଡିର ନିର୍ଦ୍ଦେଶରେ ପୁଲିସ ବିଜେପି କର୍ମକର୍ତ୍ତାଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଉଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

Advertisment

ପୁଲିସ ତୁରନ୍ତ ଅଭିଯୋଗକାରିଣୀ ସଂଯୁକ୍ତା ମହଲାଙ୍କ ଏତଲାର ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ଆରମ୍ଭ କରୁ। ମନ୍ତ୍ରୀ ଶ୍ରୀକାନ୍ତ ସାହୁକୁ ପୁଲିସ ଡାକି ତଦନ୍ତ ପରିସରଭୁକ୍ତ କରାଉ। ଘଟଣାକୁ ପାରିବାରିକ ଓ ବ୍ୟକ୍ତିଗତ କଥା କହି କେହି ଖସିପାରିବେ ନାହିଁ । ଅଭିଯୋଗକାରିଣୀ ହେଉଛନ୍ତି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତ୍ରୀ। ମୁଖ୍ୟମନ୍ତ୍ରୀ କଳଙ୍କିତ ମନ୍ତ୍ରୀଙ୍କୁ ସରକାରରୁ ହଟାନ୍ତୁ ଏବଂ ତାଙ୍କ ମନ୍ତ୍ରୀପଦ ରଦ୍ଦ କରିବାକୁ ବିଜେପି ଦାବି କରୁଛି । ଅଭିଯୋଗକାରିଣୀ ଶ୍ରୀମତୀ ମହଲା ରାଜ୍ୟର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଗୋଟିଏ ମାମଲା ରୁଜୁ କରିବା ପାଇଁ ଗତ ୧୩ ତାରିଖ ଦିନ ଭୁବନେଶ୍ୱର ମହିଳା ଥାନାରେ ୧୪ଘଂଟା ବିତାଇଲେ। କିନ୍ତୁ ପୁଲିସ ତାଙ୍କ ମାମଲା ରୁଜୁ ନକରି ନିଜସ୍ୱ ମାମଲା ବୋଲି କହି ଶାସକ ଦଳର ନେତାଙ୍କୁ ସୁରକ୍ଷା ଯୋଗାଇ ଦେଲେ । ଆଇନର ଗଳାବାଟ ବାହାର କରି ଜଣେ ମହିଳାଙ୍କୁ ନ୍ୟାୟରୁ ବଂଚିତ କରିବା ଗଣତନ୍ତ୍ର ବିରୋଧୀ । ଶ୍ରୀମତୀ ମହଲାଙ୍କ ଏଫଆଇଆର ରୁଜୁ କାହିଁକି କରାଗଲା ନାହିଁ ଓ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ଅଭିଯୋଗର ୯ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ କାହିଁକି ନୀରବ ବୋଲି ବିଜେପି ପ୍ରଶ୍ନ କରିଛି।

ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବିଜେପି ନେତ୍ରୀ ଅନୀତା ଶୁଭଦର୍ଶିନୀ, ମହେଶ ମହାନ୍ତି, ଜୟନ୍ତୀ ପଢିଆରୀ, ଗୋକୁଳାନନ୍ଦ ମଲ୍ଲିକ, ଶିଶିର ମିଶ୍ର, ସୁଜିତ୍ କୁମାର ଦାସ, କସ୍ତୁରୀ ମିଶ୍ର ଓ ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe