ପଶିବ ଇଡି, ଘାଣ୍ଟିବ ସିବିଆଇ ! | Odisha Reporter
ଅନ୍ୟ ରାଜ୍ୟରେ ଦୁର୍ନୀତି ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଉଛି । କିନ୍ତୁ ଓଡ଼ିଶାକୁ କାହିଁକି ଆସୁନି ବୋଲି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି । ଆଉ ଓଡ଼ିଶାରେ ହେଉଥିବା ଦୁର୍ନୀତି ବାବଦରେ ବିଜେପିର ୨୨ଜଣିଆ ବିଧାୟକ ଦଳ ଖୁବଶୀଘ୍ର ଦିଲ୍ଲୀ ଯିବ ବୋଲି କହିଛନ୍ତି । ବିଜେପି ବିଧାୟକମାନେ ଦିଲ୍ଲୀ ଯାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ନିର୍ବାଚନ କମିଶନ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟି ଓଡ଼ିଶାରେ ସାମ୍ବିଧାନିକ ସରକାର ଚାଲିନି ଓ ଦୁର୍ନୀତି ସବୁ ସୀମା ଟପିଥିବା ନେଇ ଅଭିଯୋଗ କରାଯିବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
