Advertisment

ମହୁଆ ବିବାଦ: ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବହିଷ୍କାର ଦାବି କଲା ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମହୁଆ ମୋଇତ୍ର କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ସ୍ୱାର୍ଥରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି।

author-image
Ordigital Desk
BJP

BJP

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୁଦ୍ଧରେ ‘ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା' ମାମଲାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଆଜି ସିଧାସଳଖ ବିଜେପି ଟାର୍ଗେଟ୍ କରିଛି । ବିଜେପି ତାଙ୍କର ବହିଷ୍କାର ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିନାକୀଙ୍କ ଜରିଆରେ ହୋଇଥିବା ହାୱାଲା କାରବାରର ତଦନ୍ତ କରାନ୍ତୁ ବୋଲି ଦାବି କରିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମହୁଆ ମୋଇତ୍ର କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ସ୍ୱାର୍ଥରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି। ଶିଳ୍ପପତି ଦର୍ଶନ ହୀରାନନ୍ଦାନୀ ଓ ଆଡଭୋକେଟ୍ ଜୟଅନନ୍ତ ଦୋହାଦ୍ରୀ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଆଡଭୋକେଟ୍ ଜୟଅନନ୍ତ ସିବିଆଇ ଅଦାଲତରେ ଏବଂ ଦର୍ଶନ ହୀରାନନ୍ଦାନୀ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ କରିଥିବା ସତ୍ୟପାଠରେ ଓଡ଼ିଶାର ସାଂସଦ ପିନାକି ମିଶ୍ରଙ୍କ ସଂପୃକ୍ତି ନେଇ ଉଲ୍ଲେଖ କରିଛନ୍ତି। ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ସାଂସଦ ମହୁଆଙ୍କ ପିନାକୀଙ୍କର ଘନିଷ୍ଠ ସଂପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଶ୍ରୀ ମିଶ୍ରଙ୍କ ଜରିଆରେ ନଗଦ ୨କୋଟି ଟଙ୍କା ହାୱାଲା ମାଧ୍ୟମରେ କାରବାର ହୋଇଛି। ପ୍ରଶ୍ନ ପଚାରିବା ପାଇଁ ମହୁଆ ନେଇଥିବା ଏହି ଟଙ୍କାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ପିନାକୀ ନେଇଥିଲେ। ପିନାକୀଙ୍କର କମ୍ପାନୀମାନଙ୍କ ସହ ଦଲାଲୀ କରିବାର ରେକର୍ଡ ରହିଛି। ମହୁଆଙ୍କ ସହ ପିନାକୀଙ୍କ  କି ସମ୍ପର୍କ ରହିଛି? ମହୁଆଙ୍କ ସହ ଅନ୍ତରଙ୍ଗ ହେବାର କାରଣ କଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତିା ହୀରାନନ୍ଦାନୀ ଓ ଜୟଅନନ୍ତ ଦାଖଲ କରିଥିବା ସତ୍ୟପାଠରେ ସ୍ପଷ୍ଟ ଭାବେ ପିନାକୀଙ୍କ ନାଁ ଉଲ୍ଲେଖ ରହିଛି । ଏଭଳି ଘଟଣା ଓଡ଼ିଶାକୁ ଜାତୀୟସ୍ତରରେ ନିନ୍ଦିତ କରୁଛି। ଏପରି କରି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ନିଶ୍ଚିତ ଭାବେ ଜନବିରୋଧୀ କାର୍ଯ୍ୟ କରିଛନ୍ତି । ପିନାକୀଙ୍କ ଏଭଳି କାରନାମା କ’ଣ ଜନବିରୋଧୀ ନୁହେଁ କି ବୋଲି ବିଜେପି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ନରହି ପିନାକୀଙ୍କୁ ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି ।

Advertisment

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଓ ମିଡିଆ ସେଲ୍ ସହପ୍ରଭାରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp Bjdmp