Advertisment

ଇସ୍ତାହାରରେ କେଉଁ ପ୍ରତିଶ୍ରୁତି ଦେବ BJP? ସଂଗ୍ରହ କରିବ ଜନମତ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ, ମତାମତ ନେବାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ୨ଟି ଗାଡ଼ି ବୁଲିବ। ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ। ଲୋକମାନେ ଗାଡ଼ି ପାଖକୁ ଆସି ମତାମତ ଦେବେ।

author-image
Manoranjan Sial
BJP

BJP

୨୦୨୪ ସାଧାରଣ ନିର୍ବାଚନ ଇସ୍ତାହାରରେ ଓଡ଼ିଶା ପାଇଁ ରହିବ କେଉଁ ପ୍ରତିଶ୍ରୁତି? ରାଜ୍ୟବାସୀଙ୍କୁ ଦିଆଯିବ କେଉଁ ସଂକଳ୍ପ? ସେଥିପାଇଁ ୧ କୋଟି ଜନମତ ସଂଗ୍ରହ କରିବ ରାଜ୍ୟ ବିଜେପି। ରାଜ୍ୟର ୧ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡ଼ିବ। ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ, ମତାମତ ନେବାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ୨ଟି ଗାଡ଼ି ବୁଲିବ। ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ। ଲୋକମାନେ ଗାଡ଼ି ପାଖକୁ ଆସି ମତାମତ ଦେବେ। ସେହିପରି ନମୋ ଆପ୍‌ ଜରିଆରେ ମଧ୍ୟ ପରାମର୍ଶ ଦେଇ ପାରିବେ ଲୋକେ। ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ କରି ଭଏସ୍‌ ମେସେଜ ଜରିଆରେ ମଧ୍ୟ ସିଧାସଳଖ ନିଜର ମତ ବା ପରାମର୍ଶ ଦେଇପାରିବେ।

ଚାଷୀଙ୍କ ଆୟ ୨ ଗୁଣ ବୃଦ୍ଧି, ଦାଦନ ସମସ୍ୟାର ସମାଧାନ, ଚିଟଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କଣ ହେବା ଆବଶ୍ୟକ, ମହିଳା ସଶକ୍ତୀକରଣ ପାଇଁ ଆଉ କଣ ପଦକ୍ଷେପ ନେବା ଆବଶ୍ୟକ। ଏହା ସହ ବିଜେପି କ୍ଷମତାକୁ ଆସିଲେ ଆଉ କେଉଁ ଜନ ମଙ୍ଗଳକାରୀ ଯୋଜନା କରିହେବ। ଏନେଇ ମତାମତ ଦେବାକୁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ସଭାପତି। ଏଥିସହିତ ୨୦୧୯ରେ ଦେଇଥିବା ୨୩୫ ନିର୍ବାଚନୀ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ୨୨୨ ପ୍ରତିଶ୍ରୁତି ପାଳନ କରିଥିବା ଦଳ କହିଛି।

Advertisment
Bjp State Bjp Manmohan Samal