Advertisment

ଏକମାସ ଧରି ମୋଦି ସରକାରର ୯ବର୍ଷ ସଫଳତା ପାଳିବ ଓଡ଼ିଶା ବିଜେପି

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
BJP

BJP

Advertisment

ଆସନ୍ତା ମେ’ ୩୦ରୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଏକମାସ ଧରି ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତାକୁ ଓଡ଼ିଶା ବିଜେପି ପାଳନ କରିବ । ଗାଁ ଗାଁରେ ସଭାସମିତି, ବୈଠକ ଆଦି କରି ଲୋକଙ୍କୁ ମୋଦି ସରକାରର ସଫଳତା ସମ୍ପର୍କରେ ଅବଗତ କରାଯିବ । ଏହାସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିଭଳି କ୍ଷମତାକୁ ଆସିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

Advertisment

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ସବୁ ପ୍ରସଙ୍ଗରେ ରାଷ୍ଟ୍ରୀୟ ସଭାପତିଙ୍କୁ ଅବଗତ କରାଇବା ସହ  ବିଶେଷକରି ସଂଗଠନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ପାଳନ ଓଡ଼ିଶାରେ ବିଜେପି ପକ୍ଷରୁ କରାଯିବ।

Advertisment

ଏଥିପାଇଁ ବିଜେପି ନେତାମାନେ ଗାଁ ଗାଁକୁ ଯାଇ ସଭାସମିତି ଓ ବୈଠକ କରି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବେ । କେନ୍ଦ୍ରରେ ବିଜେପିର ସରକାର ରହିଛି। ଓଡ଼ିଶାରେ ୨୦୨୪ରେ କିଭଳି ବିଜେପି ସରକାର ଆସିବ ତା’ ଉପରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତା ପାଇଁ ଏକମାସର ଅଭିଯାନକୁ କିଭଳି ସଫଳ କରାଯିବ ସେ ଦିଗରେ ବୈଠକ କରାଯିବ । ଏହି ଅଭିଯାନକୁ ସଫଳ କରିବା ନିମନ୍ତେ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପରେ ଶ୍ରୀ ସାମଲ ନୂଆଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି।

Odisha Bjp State Bjp Narendra Modi PM Modi Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe