୧୯ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ: ସବୁ ପଂଚାୟତରେ ଖୋଲିବ ବ୍ୟାଙ୍କ, ଏଣିକି ମିଳିବ ସିଧାସଳଖ ସ୍ଥିତିବାନ ସତ୍ୱରେ ସରକାରୀ ଜମି

ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି(ପିପିପି) -୨୦୨୩କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ।

Lokaseva Bhavan PhotoOR

ଲୋକସେବା ଭବନ

Ordigital Desk
  • Published: Friday, 11 August 2023
  • Updated: 11 August 2023, 03:34 PM IST

Sports

Latest News

ରାଜ୍ୟର ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍  ଖୋଲିବ । ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ବ୍ୟାଙ୍କଗୁଡ଼ିକୁ ପଂଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୧୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ରାଜ୍ୟର ଯେଉଁସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ ସେଠାରେ ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲାଯିବ । ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ଥିବା ସମସ୍ତ ୪୩୭୩ଟି ବ୍ୟାଙ୍କବିହୀନ ପଂଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ଯୋଜନା ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ପଂଚାୟତରେ ରହୁଥିବା ଲୋକମାନଙ୍କୁ ମାଗଣାରେ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମିଳିପାରିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନେ ଦ୍ୱାରଦେଶରେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ଓ ଠିକ୍ ସମୟରେ ସରକାରଙ୍କ ଡିବିଟି ଯୋଜନାର ସୁବିଧା ମଧ୍ୟ ପାଇପାରିବେ । ରାଜ୍ୟର ମୋଟ ୬୭୯୮ଟି ପଂଚାୟତ ମଧ୍ୟରୁ ଏବେ ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ରହିଥିବା ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଏଥିରେ ଆବଶ୍ୟକ ସଂଶୋଧନ ଓ ନୂଆ ବ୍ୟବସ୍ଥା ଆଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଏଣିକି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ତ୍ୱରେ ପରିବର୍ତ୍ତନ କରିବା ପାଇଁ ତଥା ସେମାନଙ୍କୁ ସିଧାସଳଖ ଭାବେ ସ୍ଥିତିବାନ ସ୍ୱତ୍ତ୍ୱରେ ସରକାରୀ ଜମି ଯୋଗାଇ ଦେବାକୁ ମଧ୍ୟ ଏହି ରୁଲସରେ ନୂଆ ବ୍ୟବସ୍ଥା ଆଣିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ଖାସମହାଲ, ନଜୁଲ, ଗ୍ରାମକଣ୍ଠ, ପରମବୋକ ଓ ଆବାଦୀ ଶ୍ରେଣୀର ଜମିକୁ ଆଇନସମ୍ମତ ଭାବେ ଦଖଲରେ ରଖିଥିବା ବ୍ୟକ୍ତିବିଶେଷଙ୍କ ନାଁରେ ଚିରସ୍ଥାୟୀ ବନ୍ଦୋବସ୍ତ କରିବା ପାଇଁ ଏହି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୨୦୨୩ ସରକାରୀ ଗେଜେଟରେ ପ୍ରକାଶିତ ହେବା ପରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

Also Read

ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି(ପିପିପି) -୨୦୨୩କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ। ସେହିପରି ୧୦ରୁ ୫୦୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ଅନୁମୋଦନ ହେବ । ଏହି ନୂଆ ନୀତି ଅନୁସାରେ ପିପିପି ନିର୍ଦ୍ଦେଶାଳୟକୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି । ପ୍ରତି ଜିଲ୍ଲାପାଳଙ୍କ ଅଧୀନରେ ଏକ ଜିଲ୍ଲାସ୍ତରୀୟ ପିପିପି କମିଟି ଗଠନ କରାଯିବ । ପିପିପି-୨୦୨୩ ନୀତିରେ ୨୧ଟି କ୍ଷେତ୍ରରେ ବେସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି । ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା, ଦକ୍ଷ ଶକ୍ତି ପରିଚାଳନା, ଅଣପାରମ୍ପରିକ ଶକ୍ତି ଉତ୍ସ, ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦିଆଯାଇଛି ।

ପୃଷ୍ଟଶସ୍ୟର ପ୍ରସାର ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିଶନର କାର୍ଯ୍ୟକ୍ରମକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ୨୬୮୭.୪୫କୋଟି ଟଙ୍କାର ବଜେଟକୁ ଅନୁମୋଦନ କରିଛନ୍ତି । ୨୦୧୭-୧୮ ମସିହାରେ ଏହି ମିଶନ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story