Advertisment

୧୦୦୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ। ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ କହିବା ପାଇଁ ଆଜି ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି କୋରାପୁଟ ଏସ୍‌ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

BJP

BJP

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ୧୦୦୦ ଅଭିଯୋଗକାରୀଙ୍କଠାରୁ ସେମାନଙ୍କ ସମସ୍ୟା ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

Advertisment

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ। ଚାକିରି କାଳରେ ତାଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଇଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଭରା ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି, ଅଧୈର୍ଯ୍ୟ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କୁ ନ୍ୟାୟ ଦେବା ପାଇଁ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଠିକ୍‌ ସେମିତି ଆଉ ଜଣେ ଅଭିଯୋଗକାରୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ୨୨ ବର୍ଷର ଭିନ୍ନକ୍ଷମ ଯୁବକ ନିରାକାର ନାୟକ। ସାଙ୍ଗରେ ଥିଲେ ତାଙ୍କ ବାପା ଓ ମା’। ଜାପାନୀ ଜ୍ୱରରେ ପୀଡିତ ହୋଇ ଯୁବକ ଜଣକ ଭିନ୍ନକ୍ଷମ ହୋଇଯାଇଛନ୍ତି। ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହେଲେଣି। ଚିକିତ୍ସା ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଚିକିତ୍ସା ବାବଦରେ ଆଶ୍ୱାସନା ଭରା ପ୍ରତିଶ୍ରୁତି ଶୁଣି ସେମାନେ ଖୁସି ମନରେ ଫେରିଛନ୍ତି।

Advertisment
BJPବୁଢ଼ା ମଉସା ଓ ମାଉସୀଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଆଉ ଜଣେ ହେଉଛନ୍ତି କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ। ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ କହିବା ପାଇଁ ଆଜି ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି କୋରାପୁଟ ଏସ୍‌ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଉ ଜଣେ ଅଭିଯୋଗକାରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସରୋଜିନୀ ଦାସ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି। ହତ୍ୟାକାରୀଙ୍କୁ ଆଜି ସୁଦ୍ଧା ପୁଲିସ ଧରୁନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତୁରନ୍ତ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ଭରା କଥା ଶୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ମନରେ ଭରସା ସୃଷ୍ଟି କରିଛନ୍ତି ମୁଁ ନିଶ୍ଚିତ ରୂପେ ନ୍ୟାୟ ପାଇବି।

ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ସୁଦୂର କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ୧୭ଜଣ ଚାଷୀ ତାଙ୍କ ଅଞ୍ଚଳର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପଦଯାତ୍ରାରେ ଆସିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ସମିତିର ଦୁଇ ଜଣ ଅଧିକାରୀ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆର୍ଥିକ ସହାୟତାକୁ ଚଞ୍ଚକତା କରି ନେଇ ଯାଇଛନ୍ତି। ସେମାନଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କୃଷକମାନେ ସେମାନଙ୍କ ଉଚିତ୍ ସରକାରୀ ପ୍ରାପ୍ୟ ପାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅଭିଯୋଗ ନେଇ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପାଖକୁ ଆସି ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଆଶ୍ୱାସନା ଦେଇଛନ୍ତି ଯେ ଏ ସରକାର ହେଉଛି ଚାଷୀଙ୍କ ସରକାର। ଚାଷୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କେବେହେଲେ ପ୍ରଶ୍ରୟ ଦିଆଯିବ ନାହିଁ। ଯଥାଶୀଘ୍ର ଏହି ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ସହିତ ଆପଣମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଶ୍ୱାସନା ଭରା କଥା ଶୁଣି ଖୁସି ମନରେ ସମସ୍ତେ ‘ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ’ ଧ୍ୱନୀ ଦେଇ ଫେରିଥିଲେ।

Bhubaneswar Bjp Bhubaneswar News Cmo Of Odisha Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe